Masthead

ସାନିଆଙ୍କ ହାତ ଛାଡି ସାନାଙ୍କୁ ବିବାହ କଲେ ପୂର୍ବତନ କ୍ରିକେଟର ଶୋଏବ ମଲିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ଭାରତୀୟ ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। କିଛିଦିନ ପୂର୍ବରୁ ସାନିଆ ମିର୍ଜା ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଥିଲେ।

ଯେଉଁଥିରେ ସେ ଲେଖିଥିଲେ, ବିବାହ ବିଚ୍ଛେଦ ବହୁତ କଷ୍ଟ ଦେଇଥାଏ। ସେହିପରି ବିବାହ ମଧ୍ୟ ଯନ୍ତ୍ରଣାଦାୟକ ହୋଇଥାଏ। ଗତ ୧ବର୍ଷ ମଧ୍ୟରେ ଗୁଜବ ହେଉଥିଲା କି, ଦୁହିଁଙ୍କ ମଧ୍ୟରେ କିଛି ବି ଠିକ୍‌ ନାହିଁ। ଦୁହେଁ ଅଲଗା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଏହି ଅନୁମାନର ସତ୍ୟତା ଆଜି ସ୍ପଷ୍ଟ ହୋଇଛି। ଶୋଏବ ଓ ସୋନିଆ ୨୦୧୦ ଏପ୍ରିଲ ୧୨ରେ ହାଇଦ୍ରାବାଦରେ ବିବାହ କରିଥିଲେ। ୨୦୧୮ରେ ସେମାନଙ୍କର ଏକ ପୁଅ ହୋଇଥିଲା। କିନ୍ତୁ କରୋନା ପରେ ଦୁହିଁଙ୍କ ଭିତରେ ବିବାଦ ଦେଖାଯିବାରୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ