Masthead

ମାନବିକତା ଦେଖାଇଲେ ୧୦୮ଆମ୍ବୁଲାନ୍ସ ଡ୍ରାଇଭର,ଗର୍ଭବତୀଙ୍କୁ ୮କିମି କାନ୍ଧରେ ବୋହିଲେ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ବଣ୍ଡା ଘଟିରୁ ଆସିଲା ଅଭାବନୀୟ ଚିତ୍ର । ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ । ଖଇରପୁଟ ବ୍ଲକ ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ କିଚପଡା ଗାଁର ବାବୁ କିର୍ଷାନିଙ୍କ ସ୍ତ୍ରୀ ଶୁକ୍ରୀ କିର୍ଷାନିଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ ।

କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ ୮କିମି ଦୂରରେ ଅଟକି ରହିଯାଇଥିଲା । ଚାଷବାସ ସମୟ ଥୁବାରୁ ଗାଁରେ କୌଣସି ଲୋକ ଉପସ୍ଥିତ ନଥିଲେ । ତେଣୁ ବିଳମ୍ବ ନକରି ନିଜେ ଆମ୍ବୁଲାନ୍ସ ଡ୍ରାଇଭର ନରେସ ସର୍ଦ୍ଦାର ଗାଁକୁ ଯାଇ କାଉଡ଼ିରେ ଭାର କରି ଶୁକ୍ରୀଙ୍କୁ ଆମ୍ବୁଲାନ୍ସ ପର‌୍ୟ୍ୟନ୍ତ ଆଣିଥିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ଶୁକ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପରାମର୍ଶ କ୍ରମେ ପୁଣି ତାଙ୍କୁ ମାଥିଲି ମେଡିକାଲରେ ପହଞ୍ଚାଇଛନ୍ତି ନରେସ । ଏଭଳି ସେବା ମନବୃତି ପାଇଁ ସବୁ ମହଲରେ ପ୍ରଶଂସା ସାଉଁଟୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ନରେଶ ସର୍ଦାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ