Masthead

ସ୍ୱାୟତ୍ତ ଶାସନ ବାଟବଣା, ରାଜ୍ୟରେ ଡେଙ୍ଗୁ ଅନିୟନ୍ତ୍ରିତ: ବିଜେପି

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ ବୋଲ ମାନୁନି ଡେଙ୍ଗୁ । ରାଜ୍ୟର ଅଧିକାଂଶ ଡେଙ୍ଗୁରୋଗୀ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛି ବିଜେପି । ସୋମବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ଯେ ରାଜ୍ୟସାରା ଡେଙ୍ଗୁ ରୋଗ ଆତଙ୍କ ସୃଷ୍ଟି କରିଛି ।

ବିଶେଷ କରି ଭୁବନେଶ୍ୱର କଟକରେ ଏହା ଭୟଙ୍କର ରୂପ ନେଉଛି । କେବଳ ଭୁବନେଶ୍ୱରରେ ୧୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ରୁ ଅଧିକ ପୀଡିତଙ୍କ ମୃତ୍ୟୁ ହୋଇଛି । ଦୈତ୍ୱନଗରୀରେ ପ୍ରତି ତୃତୀୟ ଘରେ ଡେଙ୍ଗୁ ପୀଡିତା ଚିହ୍ନଟ ହେଉଛନ୍ତି । ରାଜ୍ୟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବାଟବଣା ହେଉଛି । ରାଜଧାନୀରେ ସ୍ୱାସ୍ଥ୍ୟବିଭାଗ ଓ ବିଏମସି ଉଭୟର ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି ।

ପ୍ରତିବର୍ଷ ଡେଙ୍ଗୁରୋଗ କାୟାବିସ୍ତାର କରିଚାଲିଛି । ସେ କହିଛନ୍ତି ‘ଲୋକଙ୍କ ଘରୁ ମଶା ବାହାରିଲେ ଜୋରିମାନା ଦେବାକୁ ହେବ’, ଏଭଳି ଅଭୁତ ଆଇନ ପ୍ରଣୟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସରକାର ଏବଂ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା ଯୋଗୁ ନାଳନର୍ଦ୍ଦମାର ଦୁର୍ଦ୍ଦଶା ସୀମା ଅତିକ୍ରମ କରିଛି । ବର୍ଷା ପାଣି ଜମି ରହିବା ଯୋଗୁ ମଶାଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁରୋଗରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି , ତାଙ୍କୁ କେଉଁ ସହାୟତା ମିଳିବ ଓ ଯେଉଁମାନେ ଚିକିତ୍ସିତ ଅଛନ୍ତି ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ରାଜ୍ୟ ସରକାର ସାର୍ବଜନୀନ କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମେୟର ଓ ଆୟୁକ୍ତଙ୍କ ମିଥ୍ୟା ପ୍ରତିଶ୍ରୁତି ପାଇଁ ରାଜଧାନୀବାସୀ କାହିଁକି ସର୍ବଦା ଦୁଃଖ ଭୋଗିବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା