Masthead

ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ସସପେନ୍ସ ଜାରି । କିଏ ହେବ ମୁଖ୍ୟମନ୍ତ୍ରୀ । ଏଯାଏଁ ସ୍ଥି ର ହୋଇପାରିନି । ସେପଟେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ମେ ୨୦ରେ ବାଙ୍ଗାଲୁରୁରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆଜି ସନ୍ଧ୍ୟା ୭ରେ ବସିବ କଂଗ୍ରେସ ଲେଜିସଲେଟିଭ ପାର୍ଟି ମିଟିଂ । ଗତକାଲି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ୨ ନେତା । ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି ।

ସିଦ୍ଦରମେୟାଙ୍କ ପ୍ରତି କଂଗ୍ରେସ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଅଧିକାଂଶ ନବ ନିର୍ବାଚିତ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ କଂଗ୍ରେସର ୨ଟି ପ୍ରସ୍ତାବକୁ ପତ୍ୟାଖ୍ୟାନ କରିଛନ୍ତି ଶିବକୁମାର । ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀ ହେବାକୁ ସର୍ତ୍ତ ରଖିଛନ୍ତି । ଶିବକୁମାରଙ୍କୁ ପ୍ରଥମେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରାଯାଇଥିଲା । କଂଗ୍ରେସ ସଭାପତି ରହିବା ସହ ସେ ରାଜ୍ୟର ଉପମୁଖ୍ୟ ରହିବେ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ତାଙ୍କ ମନ ପସନ୍ଦର ୬ଟି ମନ୍ତ୍ରଣାଳୟ ତାଙ୍କୁ ଦେବା ପାଇଁ ଅଫର କରାଯାଇଥିଲା ।

ମାତ୍ର ଶିବକୁମାର ଏଥିରେ ରାଜି ହୋଇନଥିଲେ । ଶିବକୁମାର ଏବଂ ସିଦ୍ଦରମେୟାଙ୍କ ମଧ୍ୟରେ କ୍ଷମତା ବଣ୍ଟନ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ସିଦ୍ଦରମେୟା ପ୍ରଥମ ୨ ବର୍ଷ ଏବଂ ଶିବକୁମାର ପରବର୍ତ୍ତୀ ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି କୁହାଯାଇଥିଲା । କିନ୍ତୁ ଶିବକୁମାର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କୁ ପ୍ରଥମ ପାଳିରେ ହିଁ ମୁଖ୍ୟମନ୍ତ୍ରୀ କରାଗଲେ ସେ ଏହି ପ୍ରସ୍ତାବରେ ରାଜି ହେବେ ବୋଲି ସର୍ତ୍ତ ରଖିଛନ୍ତି । ଅନ୍ୟପକ୍ଷରେ ସିଦ୍ଦରମେୟା ମଧ୍ୟ ଏହି ପ୍ରସ୍ତାବରେ ରାଜି ନାହାନ୍ତି । ଶିବକୁମାର କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ନଦେଲେ ବିଧାୟକ ହୋଇ ରହିବେ ପଛେ କୌଣସି ମନ୍ତ୍ରୀ ଗ୍ରହଣ କରିବେ ନାହିଁ । 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ