Masthead

ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ସସପେନ୍ସ ଜାରି । କିଏ ହେବ ମୁଖ୍ୟମନ୍ତ୍ରୀ । ଏଯାଏଁ ସ୍ଥି ର ହୋଇପାରିନି । ସେପଟେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି ମେ ୨୦ରେ ବାଙ୍ଗାଲୁରୁରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆଜି ସନ୍ଧ୍ୟା ୭ରେ ବସିବ କଂଗ୍ରେସ ଲେଜିସଲେଟିଭ ପାର୍ଟି ମିଟିଂ । ଗତକାଲି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ୨ ନେତା । ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି ।

ସିଦ୍ଦରମେୟାଙ୍କ ପ୍ରତି କଂଗ୍ରେସ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଅଧିକାଂଶ ନବ ନିର୍ବାଚିତ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ କଂଗ୍ରେସର ୨ଟି ପ୍ରସ୍ତାବକୁ ପତ୍ୟାଖ୍ୟାନ କରିଛନ୍ତି ଶିବକୁମାର । ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀ ହେବାକୁ ସର୍ତ୍ତ ରଖିଛନ୍ତି । ଶିବକୁମାରଙ୍କୁ ପ୍ରଥମେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରାଯାଇଥିଲା । କଂଗ୍ରେସ ସଭାପତି ରହିବା ସହ ସେ ରାଜ୍ୟର ଉପମୁଖ୍ୟ ରହିବେ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ତାଙ୍କ ମନ ପସନ୍ଦର ୬ଟି ମନ୍ତ୍ରଣାଳୟ ତାଙ୍କୁ ଦେବା ପାଇଁ ଅଫର କରାଯାଇଥିଲା ।

ମାତ୍ର ଶିବକୁମାର ଏଥିରେ ରାଜି ହୋଇନଥିଲେ । ଶିବକୁମାର ଏବଂ ସିଦ୍ଦରମେୟାଙ୍କ ମଧ୍ୟରେ କ୍ଷମତା ବଣ୍ଟନ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ସିଦ୍ଦରମେୟା ପ୍ରଥମ ୨ ବର୍ଷ ଏବଂ ଶିବକୁମାର ପରବର୍ତ୍ତୀ ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି କୁହାଯାଇଥିଲା । କିନ୍ତୁ ଶିବକୁମାର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କୁ ପ୍ରଥମ ପାଳିରେ ହିଁ ମୁଖ୍ୟମନ୍ତ୍ରୀ କରାଗଲେ ସେ ଏହି ପ୍ରସ୍ତାବରେ ରାଜି ହେବେ ବୋଲି ସର୍ତ୍ତ ରଖିଛନ୍ତି । ଅନ୍ୟପକ୍ଷରେ ସିଦ୍ଦରମେୟା ମଧ୍ୟ ଏହି ପ୍ରସ୍ତାବରେ ରାଜି ନାହାନ୍ତି । ଶିବକୁମାର କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ନଦେଲେ ବିଧାୟକ ହୋଇ ରହିବେ ପଛେ କୌଣସି ମନ୍ତ୍ରୀ ଗ୍ରହଣ କରିବେ ନାହିଁ । 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ