Masthead

ମନ ବଦଳାଇଲେ ସିଦ୍ଧୁ

ଚଣ୍ଡିଗଡ(ବଡ଼ ଖବର ବ୍ୟୁରୋ)  :  ପଞ୍ଜାବ ରାଜନୀତିରେ ଚାଲିଛି ହାଇଡ୍ରାମା । ତେବେ ଗତ ମଙ୍ଗଳବାର ପଞ୍ଜାବ ମୁଖିଆ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଏବେ ନିଜ ମନବଦଳେଇଛନ୍ତି । ସେ ପୁଣି କଂଗ୍ରେସର ମିଶିବା ନେଇ ଜଣାପଡିଛି । କିନ୍ତୁ ସେ ପୂର୍ବଭଳି କଂଗ୍ରେସରେ ରହିବେ ଓ ଦଳ ସହ ମିଶି କାମ କରିବେ ବୋଲି ରାଜି ହୋଇଥିବା ଜଣାପଡିଛି । ତେବେ ଆଜି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ନିଜ ନିଷ୍ପତି ବଦଳାଇଛନ୍ତି । ତେବେ ସିଦ୍ଧୁ ନିଜ ମନ ବଦଳାଇ ପୁଣି ପୁର୍ବଭଳି କଂଗ୍ରେସରେ ରହି କାମ କରିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଚନ୍ନି ଓ ସିଦ୍ଧୁ ପରସ୍ପରକୁ କଂଗ୍ରେସର ଇନଚାର୍ଚ୍ଚ ହରିଶ ଚୌଧୁରୀଙ୍କ ଉପସ୍ଥିତିରେ ପରସ୍ଫରକୁ ସାକ୍ଷାତ କରିଥିଲେ । ତେବେ ଏହା ପରେ ସବୁ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତି ହୋଇଛି । ସିଦ୍ଧୁଙ୍କ ଥିବା ଦାବି ସବୁକୁ ଚନ୍ନି ପୂରଣ କରିବାକୁ ରାଜି ହୋଇଥିବା ଜଣପଡିଛି । ତାଙ୍କୁ ଅତିରିକ୍ତ ବିଭାଗ ଦାୟିତ୍ୱ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ କହିଛନ୍ତି । ବୈଠକ ବେଳେ ଚନ୍ନି ନିଜ ତରଫରୁ ସିଦ୍ଧୁଙ୍କୁ ବଝାଇଥିଲେ । ତେବେ ସିଦ୍ଧୁ ମଧ୍ୟ ଚନ୍ନିଙ୍କ କଥା ରଖିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି । ସିଦ୍ଧୁଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଚନ୍ନି ଆସନ୍ତା ଅକ୍ଟୋବର ୪ରେ କ୍ୟାବିନେଟ ବୈଠକ ଡାକିଛନ୍ତି । ତେବେ ଏହି ବୈଠକରେ ଗରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ