Masthead

ପୃଥିବୀର ସବୁଠାରୁ ବଡ଼ ଜାହାଜ ‘ଆଇକନ୍ ଅଫ ଦ ସିସ୍’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୃଥିବୀର ସବୁଠାରୁ ବଡ଼ ଜାହଜ ‘ଆଇକନ୍ ଅଫ ଦ ସିସ୍’ । ୨୦୨୪ ଜାନୁୟାରୀରେ ସମୁଦ୍ର ବକ୍ଷ ଚିରି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ । ପିନଲ୍ୟାଣ୍ଡର ଜାହଜ ପ୍ରସ୍ତୁତକାରୀ କମ୍ପାନୀ ରୟାଲ କାରବେନ୍ ଇଣ୍ଟରନାଶନ୍ୟାଲ ଏହି ଜାହାଜକୁ ନିର୍ମାଣ କରିଛି । ପ୍ରଥମ ଦିନରେ ୫ ହଜାର ୬୧୦ ଯାତ୍ରୀ ଓ ୨ହଜାର ୩ ଶହ ୫୦ କ୍ରିୟୁ ମେମ୍ବରଙ୍କୁ ନେଇ ଏହି ଜାହଜ ଯାତ୍ରା କରିବ । ଟାଇଟାନିକ ଜାହାଜ ଠାରୁ ୫ ଗୁଣ ବଡ଼ ‘ଆଇକନ୍ ଅଫ ଦି ସିସ୍’ର ଓଜନ ୨୫୦, ୮୦୦ ଟନ ।

ସୂଚନା ଯୋଗ୍ୟ ଯେ ୧୯୧୨ରେ ନିର୍ମିତ ଟାଇଟାନିକ ପୃଥିବୀର ସବୁଠାରୁ ବଡ଼ ଜାହାଜ ଥିଲା । ଏହାର ଓଜନ ଥିଲା ୫୦, ୨୧୦ ଟନ । ଜାହଜ ‘ଆଇକନ୍ ଅଫ ଦି ସିସ୍’ ସବୁ କ୍ଷେତ୍ରରେ ଟାଇଟାନିକ ଠାରୁ ୫ ଗୁଣା ଅଧିକ । ‘ଆଇକନ୍ ଅଫ ଦି ସିସ୍’ର ପ୍ରଥମ ଯାତ୍ରୀ ହେବା ପାଇଁ ହଜାର ହଜାର ଲୋକ ଟିକେଟ ବୁକିଂ କରିସାରିଛନ୍ତି । ୨୦୧୬ ଅକ୍ଟୋବରରେ ଏହି ବିଶାଳ ଜାହଜ ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରଶାନ୍ତ ମହାସାଗରରେ ୨୦୨୩ ଏପ୍ରିଲ ୫ ତାରିଖରେ ଏହାର ଟ୍ରାଏଲ ରନ ହୋଇଥିଲା । ପୃଥିବୀର ଏହା ଏକ ସବୁଠାରୁ ସୌଖିନ ଜାହାଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର