Masthead

ହାଓ୍ୱଡା ରାଲିକୁ ସମ୍ବୋଧନ କରିବେ ସ୍ମୃତି ଇରାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରାଯାଇଛି । ତେଣୁ ଶାହା ହାଓ୍ୱଡାରେ ଆୟୋଜିତ ରାଲିରେ ଉଦବୋଧନ ଦେଇପାରିବେ ନାହିଁ। ଶାହାଙ୍କ ବଦଳରେ ସ୍ମୃତି ଇରାନୀ କର୍ମୀମାନଙ୍କୁ ସମ୍ବୋଧିତ କରିବେ । ଏହି ରାଲିରେ ତୃଣମୂଳ କଂଗ୍ରେସର ରାଜୀବ ବାନାର୍ଜୀଙ୍କ ସମେତ ଅନେକ ନେତା ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ନେତାମାନେ ଶନିବାର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ ଭେଟିଥିଲେ । ଅମିତ ଶାହା ଜାନୁଆରୀ ୩୦ ଓ ୩୧ ତାରିଖରେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହାସହ ଦଳୀୟ କର୍ମୀଙ୍କୁ ସମ୍ବୋଧିତ ମଧ୍ୟ କରିଥାନ୍ତେ । କିନ୍ତୁ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ଶାହ କୋଲକାତା ଗସ୍ତକୁ ରବ୍ଦ କରିଛନ୍ତି । ସୂଚନା ମୁତାବକ ଶାହଙ୍କ କୋଲକାତା ଗସ୍ତ ବାତିଲ ହେବା ପରେ ଶନିବାର ଟିଏମସିର ଅସନ୍ତୁଷ୍ଟ ନେତା ଯାଇଥିଲେ ।

ଏଥିରେ ଟିଏମସିର ନେତା ତଥା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ରହିଥିଲେ । ଏହାସହ ହାଓ୍ୱଡାର ବଲ୍ଲୀରୁ ବିଧାୟକ ବୈଶାଳୀ ଡାଲମିଆ, ଉତ୍ତରପାରା ବିଧାୟକ ପ୍ରବୀଣ ଘୋଷାଲ, ହାଓ୍ୱଡା ସହରର ପୂର୍ବତନ ମେୟର ରାଥିନ ଚକ୍ରବର୍ତ୍ତୀ, ରାଣାଘାଟର ପୂର୍ବତନ ବିଧାୟକ ପାର୍ଥସାରଥୀ ଚାଟାର୍ଜୀ ଓ ଅଭିନେତା ରୁଦ୍ରନୀଲ ଘୋଷ ଆଦି ଶାହଙ୍କୁ ଭେଟିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା