Masthead

ବଜେଟ ଅଧିବେଶନ: ଡିଜିଟାଲ ପଦ୍ଧତିରେ ହେବ ଆୟବ୍ୟୟ ଅଟକଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ଉପସ୍ଥାପିତ ହେବ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୧-୨୨ର ଆୟବ୍ୟୟ ଅଟକଳ । ଧୀମା ଅର୍ଥନିତିକୁ ଗତିଶୀଳ କରିବା ପାଇଁ ବଜେଟରେ କ’ଣ ଖାସ ରହିବ ତା’ ଉପରେ ରହିଛି ସମସ୍ତଙ୍କ ନଜର । ତେବେ କରୋନା ସଙ୍କଟ ଓ ସଂକ୍ରମଣ ଭିତରେ ଏଥର ବଜେଟ ଭିନ୍ନ ଏବଂ ଖାସ ହେବ । ବିନା ବହିଖାତା, ବ୍ରିଫକେସରେ ଡିଜିଟାଲ ପଦ୍ଧତିରେ ଆୟବ୍ୟୟ ଅଟକଳ ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ପସନ୍ଦ ମୁତାବକ ବଦଳିଥାଏ ବଜେଟ ବ୍ରିଫକେଶର ଆକାର, ପ୍ରକାର ଓ ରଙ୍ଗ । ଚଳିତଥର ହେବ ପେପରଲେସ ବଜେଟ । ଡିଜିଟାଲ ବଜେଟ ଡକ୍ୟୁମେଂଟ ପାଇଁ ‘ୟୁନିଅନ ବଜେଟ ମୋବାଇଲ ଆପ’ ଲଂଚ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ଜରିଆରେ ଯେକୌଣସି ବ୍ୟକ୍ତି ବଜେଟ ସମ୍ବନ୍ଧରେ ଅବଗତ ହୋଇପାରିବେ ।
ସ୍ୱାଧିନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆରକେ ଶନମୁଖମ ଚେଟ୍ଟୀ, ୧୯୪୭ ମସିହାରେ ବଜେଟ ଦସ୍ତାବିଜକୁ ଏକ ଚମଡା ବ୍ୟାଗରେ ରଖିଥିଲେ । ଏହା ପରେ ୧୯୫୬ରୁ ୧୯୫୮ ଓ ୧୯୬୪ରୁ ୧୯୬୬ ଅନ୍ତରାଳରେ ଅର୍ଥମନ୍ତ୍ରୀ ଟିଟି କୃଷ୍ଣମାଚରୀ ଏକ ଫାଇଲ ବଜେଟ ବ୍ୟାଗ ସହ ସଂସଦରେ ପହଞ୍ଚିଥିଲେ । ୧୯୫୮ରେ ଜବାହାରଲାଲ ନେହେରୁ ବଜେଟ ପାଇଁ ଏକ କଳାରଙ୍ଗର ବାକ୍ସ ଚୟନ କରିଥିଲେ । କିନ୍ତୁ ୧୯୭୦ ପରେ ଦେଶର ଅର୍ଥମନ୍ତ୍ରୀ କ୍ଲାସିକ ହାର୍ଡଟପ ବ୍ରିଫକେସର ବ୍ୟବହାର ଆରମ୍ଭ କଲେ । ଯଶୋବନ୍ତ ସିହ୍ନାଙ୍କ ବଜେଟ ବ୍ରିଫକେଶ ରେଡ ବ୍ରିଫକେଶ ଭଳି ଥିଲା । ବ୍ରିଟେନ ରାଜକୋଷର ଚାନ୍ସଲରଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଷ୍ଟ୍ରାପ ଓ ବକଲ ଏଥିରେ ବ୍ୟବହୃତ ହୋଇଥିଲା । ମନମୋହନ ସିଂହ ଧରିଥିବା ବଜେଟ ବ୍ରିଫକେଶଟି ୱିଲିୟମ ଇବର୍ଟ ଗ୍ଲେଡଷ୍ଟୋନଙ୍କ ବ୍ରିଫକେଶ ଭଳି ଥିଲା । ଏହାର କଳା ରଙ୍ଗର ରହିଥିଲା

ଏ ସବୁ ଭିତରେ ସବୁଠାରୁ ମଜାଦାର ଥିଲା ପ୍ରଣବ ମୁଖାର୍ଜୀଙ୍କ ବ୍ରିଫକେଶ । ଚେରୀ ଗୋଲ୍ଡଷ୍ଟୋନର ବାକ୍ସ ମଧ୍ୟରେ ସେ ବଜେଟ ଦସ୍ତାବିଜ ନେଇ ଆସିଥିଲେ । ୟୁପିଏ ସମୟର ଅର୍ଥମନ୍ତ୍ରୀ ଥିବା ପି ଚିଦାମ୍ବରମ ନିଜ କାର୍ଯ୍ୟକାଳରେ ଏକ ସାଧା ମାଟିଆ ଓ ଲାଲ ରଙ୍ଗର ବ୍ରିଫକେଶ ଧରି ପହଞ୍ଚିଥିଲେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ୨୦୧୪ରେ ବଜେଟ ପାଇଁ ମାଟିଆ ରଙ୍ଗର ବାକ୍ସ ଚୟନ କରିଥିଲେ । ଏହା ପର ବର୍ଷ ସେ ଗାଢ ଲାଲ ଓ ୨୦୧୭ରେ ଗାଢ ମାଟିଆର ବାକ୍ସ ଆଣିଥିଲେ ।

ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ବ୍ରିଫକେଶ ବଦଳରେ ପ୍ରଥମ ଥର ନାଲି କପଡାରେ ସମସ୍ତ ଦସ୍ତାବିଜ୍ ଧରି ସଂସଦରେ ପହଞ୍ଚିଥିଲେ । ଏହା ଉପରେ ଅଶୋକ ସ୍ତମ୍ଭର ଫଳକ ରହିଥିଲା । ଏହାକୁ ବଜେଟ ବହିଖାତା ବୋଲି କୁହଗଲା ।

ଇତିହାସରେ ପ୍ରଥମ ଥର ପାଇଁ ଏଥର ହେବ ପେପରଲେସ ବଜେଟ । ଡିଜିଟାଲ ବଜେଟ ଡକ୍ୟୁମେଣ୍ଟ ପାଇଁ ‘ୟୁନିଅନ ବଜେଟ ମୋବାଇଲ ଆପ ଲଞ୍ଚ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ଜରିଆରେ ଯେକୌଣସି ବ୍ୟକ୍ତି ବଜେଟ ସମ୍ବନ୍ଧରେ ଅବଗତ ହୋଇପାରିବ । ଆପରେ ଡାଉନଲୋଡିଂ , ପ୍ରିଣ୍ଟିଂ , ସର୍ଚ୍ଚ, ଜୁମ ଇନ ଏବଂ ଆଉଟ , ସ୍କ୍ରଲିଂ ଆଦି ବିଭିନ୍ନ ବିକଳ୍ପ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ