Masthead

ଏଣିକି ମହିଳାମାନେ ଏନଡ଼ିଏରେ ଯୋଗ ଦେଇପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ମହିଳାମାନଙ୍କୁ ନେଇ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ଭାରତର ସଶସ୍ତ୍ର ବାହିନୀରେ ସ୍ଥାୟୀ ଆୟୋଗ ପାଇଁ ମହିଳାମାନଙ୍କୁ ନ୍ୟାସନାଲ ଡ଼ିଫେନ୍ସ ଏକାଡ଼େମୀରେ ଭର୍ତ୍ତି କରାଯାଇ ପାରିବ ବୋଲି ଦେଶର ସବୋର୍ଚ୍ଚ କୋର୍ଟ କହିଛନ୍ତି । ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଲାଗି ସୁପ୍ରିମକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ୨ ସପ୍ତାହ ସମୟ ପ୍ରଦାନ କରାଯାଇଛି ।

ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସମଗ୍ର ପ୍ରକ୍ରିୟା ସ୍ପଷ୍ଟ ହେବ । ଏନଡ଼ିଏ ଏବଂ ନାଭାଲ ଏକାଡ଼େମୀରେ ମହିଳା କ୍ୟାଡ଼େଟଙ୍କ ପ୍ରବେଶ ପାଇଁ ସରକାର ନୀତି ଏବଂ ପଦ୍ଧତି ସ୍ଥିର କରୁଛନ୍ତି । ଅପରପକ୍ଷରେ ମହିଳା କ୍ୟାଡ଼େଟମାନେ ଏହି ଉଭୟ ସଂସ୍ଥାରେ ପ୍ରଶିକ୍ଷଣ ପାଇବେ । ଏହାପରେ ସେମାନଙ୍କ ସ୍ଥାୟୀ କମିଶନ ପ୍ରଦାନ କରାଯିବ । କିନ୍ତୁ କେଉଁ ପ୍ରକ୍ରିୟା ଅଧୀନରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ ଖୁବ ଶୀଘ୍ର ତାହା ନିର୍ଣ୍ଣୟ କରାଯିବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ