Masthead

ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ମହିଳା ଓ ଶିଶୁ ସୁରକ୍ଷା କମିଶନଙ୍କ ନାମକୁ ମାରିଲେ ମୋହର । ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷ । ତାଙ୍କ ସହ ମହିଳା କମିଶନରେ କାର୍ଯ୍ୟ କରିବେ ଚାରି ସଦସ୍ୟ । ପ୍ରତିଭା ଶତପଥୀ, ଉର୍ମିଳା ମହାପାତ୍ର, କଳ୍ପନା ମଲ୍ଲିକ ଏବଂ ମୁକ୍ତା ସାହୁ ହେଲେ ସଦସ୍ୟ । ସେପଟେ ରାଜ୍ୟ ସରକାର ଶିଶୁ ସୁରକ୍ଷା ଆୟୋଗରେ କମିଶନ ଭାବେ ବବିତା ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧ୍ୟକ୍ଷଙ୍କ ସହ ଛଅ ସଦସ୍ୟ ସାମିଲ । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ମେମ୍ବର ଭାବରେ କାର୍ଯ୍ୟ କରିବେ ।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶ ନାମା ପ୍ରକାଶ ପାଇଛି । ଏମାନଙ୍କୁ ୩ବର୍ଷ ଯାଏଁ ନିଯୁକ୍ତି ଦେଇଛନ୍ତି ସରକାର ।ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ନିଦେ୍ର୍ଦଶନାମାରେ ଉଲ୍ଲେଖ ରହିଛି । ଦୀର୍ଘ ଦିନ ହେବ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରହିଥିଲା । ଯାହା ପାଇଁ ରାଜ୍ୟରେ ବଢିଚାଲିଥିବା ମହିଳା ଓ ଶିଶୁ ହିଂସା କ୍ଷେତ୍ରରେ କମିଶନ ସ୍ଥାଣୁତା ପଡିଯାଇଥିଲା ।

ଏହାରି ଭିତରେ ରାଜ୍ୟରେ ଅନେକ ଘଟଣା ଘଟିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆକ୍ସନ ଆଖିଦୃଶ୍ୟ ଭଳି ହୋଇ ନାହିଁ । ଅନେକ ମାମଲାରେ ଜାତୀୟ କମିଶନ ବି ହସ୍ତକ୍ଷପ କରିଛନ୍ତି । ଏବେ ଏହି ଦୁଇ କମିଶନରେ ଅଧ୍ୟକ୍ଷ ପଦରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାରୁ ଆଶା କରାଯାଉଛି ରାଜ୍ୟରେ ଘଟୁଥିବା ଘଟଣାବଳୀ ଉପରେ ଦାୟିତ୍ୱ ନେଇଥିବା ବ୍ୟକ୍ତିବିଶେଷ କାର୍ଯ୍ୟ କରିବେ ।

ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି କହିଲେ ସୋଭନା ମହାନ୍ତି  । ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି  । ବାଲେଶ୍ବର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି  ।ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା