Masthead

ହେଲିକପ୍ଟରରେ ମୃତ ଦେହ ବାନ୍ଧି ପାଟ୍ରୋଲିଂ କଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):   ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବନାର ଏବେ ଆଉ ଏକ କୃରତାର ଚିତ୍ର ସାମ୍ନାକୁ ଆସିଛି । ଆମେରିକାର ସୈନ୍ୟ ଆଫଗାନ ଛାଡିବା ପରେ ଏବେ ତାଲିବାନ ସେହି ଖୁସିରେ ସେଲିବ୍ରେସନ୍ କରୁଛି । ସମ୍ପୂର୍ଣ୍ଣ ଆଫଗାନିସ୍ଥାନରେ ଏବେ ନିଜ ହୁକୁମାତି ଆରମ୍ଭ କରିଛି । ଏବେ ଆମେରିକାର ସବୁଠାରୁ ଅତ୍ୟାଧୁନିକ ବ୍ଲାକ୍ ହକ୍ ହେଲିକେପ୍ଟରକୁ ନିଜେ ବ୍ୟବହାର କରୁଛି ତାଲିବାନ । ଏହାକୁ ବ୍ୟବହାର କରି ଆକାଶ ମାର୍ଗରେ ପାଟ୍ରୋଲିଂ କରୁଛି ।

ଏହି ସମୟରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ତାଲିବାନ ପାଟ୍ରୋଲିଂ କରୁଥିବା ବେଳେ ଏଥିରେ ଗୋଟିଏ ଦଉଡି ଦ୍ୱାରା ଏକ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଏହି ମୃତ ଦେହକୁ ବ୍ଲାକ୍ ହକ୍ ହେଲିକେପ୍ଟରରେ କାନ୍ଦାହର ଆକାଶରେ ଉଡାଉଥିବା ଭିଡିଓ ଏବେ ଭାଇରାଲ ହଉଛି । ଯାହାକୁ ଅନେକ ସାମ୍ବାଦିକ ସେୟାର କରୁଛନ୍ତି । ତାଲିବାନ ଆତଙ୍କ ଉକ୍ତ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କ ମୃତ ଦେହକୁ ଆକାଶ ମାର୍ଗକୁ ନେଇ ପାଟ୍ରୋଲିଂ କରୁଛି ।

ତେବେ ଝୁଲୁଥିବା ବ୍ୟକ୍ତି ଜଣଙ୍କ ମୃତ କି ଜୀବିତ ତାହା ଜଣାପଡୁନି । ପ୍ରଥମେ ଏହି ଭିଡିଓକୁ ତାଲିବ୍ ଟାଇମ୍ସ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା । ଗତ ମାସରେ ଆମେରିକା ୭ ଟି ବ୍ଲାକ୍ ହକ୍ ହେଲିକେପ୍ଟର ସମେତ ଅନେକ ଅସ୍ତ୍ରଶସ୍ତ୍ର ଆଫଗାନକୁ ପଠାଇଥିଲା । ଏବେ ଆମେରିକା ସୈନ୍ୟ ଆଫଗାନ ଛାଡିଥିବାରୁ ସବୁକିଛି ତାଲିବାନ କବଜାକୁ ଚାଲିଯାଇଛି । ଯାହାର ଅପବ୍ୟବହାର କରି ତାଲିବାନ ସେଠାରେ ଆତଙ୍କ ଖେଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ