Masthead

ଜନ୍ମକଲା ମାକୁ ପର କରିଦେଲା ପୁଅ

ବରଗଡ଼(ବଡ଼ ଖବର ବ୍ୟୁରୋ): ଜନ୍ମକଲା ମାକୁ ପର କରିଦେଲା ପୁଅ । ରୋଗୀଣା ମା’କୁ ଛାଡ଼ିଦେଲା ଅଧ ରାସ୍ତାରେ । ୯ ମାସ ଗର୍ଭରେ ରଖି ଜନ୍ମ କଲା । ବିପଦ ଆସିଲେ ନିଜ ପଣତ ତଳେ ଲୁଚାଇ ଦେଉଥଲା । ହେଲେ ଆଜି ସେହି ମାକୁ ମରଣ ମୁହଁକୁ ଠେଲି ଦେଇଛି ନିଜ ଜନ୍ମକଲା ପୁଅ । ମୁଣ୍ଡରେ ସାମାନ୍ୟ ଘା ହୋଇଥିବାରୁ ଜଙ୍ଗଲରେ ବାଘ ଭାଲୁ ମୁହଁରେ ଛାଡିବାକୁ ବି ପଛାଇଲା ନାହିଁ । ଚିକିତ୍ସା କରିବା ପରିବର୍ତ୍ତେ ପର କରିଦେଲା ।

ଏମିତିକି ୮୦ ବର୍ଷ ବୃଦ୍ଧାକୁ ନେଇ ଘଞ୍ଚ ଜଙ୍ଗଲରେ ଛାଡିଦେଇ ଆସିଲା । ତେବେ ଆମେ କହୁଛୁ ୮୦ ବର୍ଷୀୟ ବୃଦ୍ଧା କୌଶଲ୍ୟା ବେହେରାଙ୍କ କଥା । ଘର ବରଗଡ ଜିଲ୍ଲା ଅତାବିରା ଥାନା ଖରମୁଣ୍ଡା ପଞ୍ଚାୟତ ଘନିଘାଟି ଗାଁରେ । ପରିବାର କହିଲେ କୌଶଲ୍ୟାଙ୍କ ସ୍ଵାମୀ ସହିତ ଘରେ ସାନ ପୁଅ, ବଡବହୁ ଓ ନାତି ନାତୁଣୀ । ଦିନଥିଲା କୈାଶଲ୍ୟାଙ୍କ ସହିତ ପୁରା ପରିବାର ହସଖୁସିରେ ଫାଟିପଡୁଥିଲା । ହେଲେ ଆଜି ପରିବାର ଲୋକେ କୌଶଲ୍ୟାଙ୍କୁ ପର କରିଦେଇଛନ୍ତି ।

ବରପାହଡ ଜଙ୍ଗଲ ଭିତରେ କୁଡିଆ କରି ବୃଦ୍ଧାଙ୍କୁ ଛାଡିଦେଇ ଯାଇଛନ୍ତି ପରିବାର ଲୋକେ । ହେଲେ ନୀୟତି ନିଷ୍ପତ୍ତି କିଛି ଅଲଗା ଥିଲା । ଦେବଦୂତ ସାଜିଲେ ସାମାଜିକ ସଂଗଠନ । ବୃଦ୍ଧାୁଙ୍କ ଦୀର୍ଘ ୧୫ ଦିନ ପରେ ମୂମୁର୍ଷ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ମେଡିକାଲରେ ଭତ୍ତି କରିଛନ୍ତି । ସେପଟେ କୈାଶଲ୍ୟାଙ୍କ ମୁଣ୍ଡରେ ଘା ହୋଇ ପୋକ ହୋଇଯାଇଛି । ଏମିତିକି ଶରୀରରେ ମଧ୍ୟ ଧଳା ଦାଗ ମଧ୍ୟ ପଡିଯାଇଛି । ଲଗାତାର ୧୫ ଦିନ ଜଙ୍ଗଲରେ ରହିବାପରେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ତା ଏବେ ଭଲ ନାହିଁ । ଏତେସବୁ ପରେ ବି ବୃଦ୍ଧାଙ୍କୁ ପାଖକୁ ନେଉ ନାହାନ୍ତି ପରିବାର ଲୋକେ ।

ଜୀବନ ସାରା ପିଲାଙ୍କ ଅଳି ଅର୍ଦ୍ଦଳି ସହି ସହି ଛୋଟରୁ ବଡ଼ କରିଥିଲା । ଆଜି ପରିଣତ ବୟସରେ ସେମାନଙ୍କ ପାଇଁ ପର ହୋଇଯାଇଛି । ଗୁମୁରି ଗୁମୁରି କାନ୍ଦୁଛି ଗୋଟେ ମାର ମନ । ଦିନେ ଯିଏ ଲୁହ ଲହୁ ନିଗାଡି ପରିବାର ଗଢିଥିଲା ଆଜି ସେ ପରିବାରରେ ତା ପାଇଁ ଜାଗା ନାହିଁ । ପରିବାରର ହତାଦର ପରେ ବୃଦ୍ଧାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ନୂଆ ଜୀବନ ଦେଇଛି ସଂକଳ୍ପ ପରିବାର । ବର୍ତ୍ତମାନ ସିଏ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହେଲେ ସୁସ୍ଥ ହେବାପରେ ସେ ଯିବେ କୁଆଡେ । ତାହା ଏବେ ଚିନ୍ତାର କାରଣ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ