Masthead

ସୌମ୍ୟଙ୍କ ତେରଛା ବାଣ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପୁଣି ସରକାରଙ୍କୁ ତେରଛା ବାଣ ମାରିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ । ପାରାଦୀପ୍ ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବିଜୁ ଜୟନ୍ତୀ ପାଳନ ସଭାରେ ନିଜ ବକ୍ତବ୍ୟରେ ସରକାରଙ୍କୁ ନିଶାନା କରିଛନ୍ତି ସୌମ୍ୟ । ବିଜୁବାବୁ ସାତବର୍ଷ କ୍ଷମତାରେ ରହିପାରିନଥିଲେ । ହେଲେ ତାଙ୍କ ନାମରେ ନାମିତ ଦଳ ଦୀର୍ଘ ୨୨ ବର୍ଷ ହେବ କ୍ଷମତାର ମହୁ ପିଆଇ ଚାଲିଛି । ହେଲେ ସେଇ ମହୁ ପିଇବା ପାଇଁ ଆମେ ଯୋଗ୍ୟ ତ?

ଏହା ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ୍ ବୋଲି ସୌମ୍ୟ ତାଙ୍କ ଅଭିଭାଷଣରେ କହିଥିଲେ । ଆହୁରି ମଧ୍ୟ ବିଜୁଙ୍କ ନିଶରେ କେତେଦିନ ଚାଲିବ? ଲୋକେ ଗ୍ରହଣ କରିବେ ତ ବୋଲି ସେ ପ୍ରଶ୍ନ କରିଥିଲେ? ଏଭଲି କି କ୍ଷମତାରେ ଥିବା ନେତାଙ୍କୁ ତିସ୍ ମାର୍କା ନେତା କହିବାକୁ ମଧ୍ୟ ପଛାଇ ନଥିଲେ ସୌମ୍ୟ । ବିଜୁଙ୍କ ନିଶକୁ ଅଜାଙ୍କ ନିଶ ଉପାଖ୍ୟାନରେ ଅବଲୋକନ କରି ସୌମ୍ୟ ଦେଇଥିବା ତାଚ୍ଛଲ୍ୟ ରୂପୀ ତେରଛା ବାଣ ବିଜୁଙ୍କ ନାମକୁ ନେଇ ସରକାରର କ୍ଷମତା ମହୁ ଉପଭୋଗ କରୁଥିବା କେଉଁ ବରିଷ୍ଠ ନେତାକି ପ୍ରସାଶନିକ ଅଧିକାରୀଙ୍କୁ ନିଶାନା ହେଉଛି ତାହା ସେ ସିଧାସଳଖ ପ୍ରକାଶ କରିନଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ସ୍ତରରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା