Masthead

ଅକ୍ଷୟଙ୍କ ପାଇଁ ଗର୍ବର ସମୟ, ଶାଶୁ କଲେ କିଛି ଏପରି କାମ…

ମୁମ୍ବାଇ(ବଡ ଖବର ବ୍ୟୁରୋ): ହଲିଉଡର ବହୁ ଚର୍ଚ୍ଚିତ ଫିଲ୍ମ ଟେନେଟ । ଫିଲ୍ମଟି ପୂରା ବିଶ୍ୱରେ ଲୋକପ୍ରିୟତା ହାସଲ କରିସାରିଲାଣି । ଶୁକ୍ରବାର ଟେନେଟ ଭାରତରେ ରିଲିଜ ହୋଇଛି । ତେବେ ବଲିଉଡ ଓ ସମସ୍ତ ଭାରତୀୟମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ । କାରଣ ଏଥିରେ ବଲିଉଡର ଟପ ଆକ୍ଟ୍ରେସ ଡିମ୍ପଲ କପାଡିଆ ଅଭିନୟ କରିଛନ୍ତି । ଟେନେଟର ନିର୍ମାତା କ୍ରିଷ୍ଟୋଫର ନୋଲାନ ଏହି ଅବସରରେ ଡିମ୍ପଲଙ୍କୁ ଧନ୍ୟବାଦ ଜଣାଇ ଏକ ଲେଖା ପଠାଇଛନ୍ତି । ଅକ୍ଷୟ କୁମାର ଯିଏକି ଡିମ୍ପଲଙ୍କ ଜ୍ୱାଇଁ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଜ୍ୱାଇଁ ଭାବରେ ଏହା ତାଙ୍କ ପାଇଁ ଗର୍ବର ସମୟ ବୋଲି ଲେଖି ପୋଷ୍ଟ କରିଛନ୍ତି । ଅକ୍ଷୟ ଲେଖିଛନ୍ତି ଯେ ସେ ଡିମ୍ପଲଙ୍କ ସ୍ଥାନକୁ ଯାଇପାରିବେନି, ମାତ୍ର ଟେନେଟରେ ଡିମ୍ପଲଙ୍କ କାମକୁ ଦେଖି ସେ ବହୁତ ଗର୍ବିତ ଓ ଖୁସି ।

ଏଥିସହ ଅକ୍ଷୟ କ୍ରିଷ୍ଟୋଫରଙ୍କ ଡିମ୍ପଲଙ୍କୁ ଦେଇଥିବା ଧନ୍ୟବାଦପୂର୍ଣ୍ଣ ଲେଖାକୁ ସେୟାର କରିଛନ୍ତି । କ୍ରଷ୍ଟୋଫର ଡିମ୍ପଲଙ୍କ ସହ କାମକରି ବହୁତ ଖୁସି । ଡିମ୍ପଲଙ୍କ ଅଭିନୟର ତାରିଫ ସହ ଟେନେଟରେ ତାଙ୍କ କଠିନ ପରିଶ୍ରମ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ଚିଠିଟି ଲେଖିଛନ୍ତି । ଏଥିସହ ଟେନେଟ ଭାରତରେ ରିଲିଜ ହେବା ଉପଲକ୍ଷେ ସମସ୍ତ ଫ୍ୟାନ୍ସଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଟେନେଟ ଫିଲ୍ମର କିଛି ଭଲ ଦୃଶ୍ୟମାନଙ୍କ ମଧ୍ୟରେ ଏକାଧିକ ଡିମ୍ପଲଙ୍କ ସହ ସୁଟ ହୋଇଥିବା କଥା କହିଛନ୍ତି । ଏଥିସହ ଟେନେଟ ଭାରତରେ ରିଲିଜ ହୋଇଯାଇଛି ଓ ଭାରତୀୟ ଦର୍ଶକ ଏହାକୁ ନିଶ୍ଚୟ ପସନ୍ଦ କରିବେ ବୋଲି ମଧ୍ୟ କହିଛନ୍ତି ।ଏନଡିଟିଭି ସହ ଏକ ସାକ୍ଷାତକାରରେ ଡିମ୍ପଲ ଜଣେ ଅର୍ନ୍ତଜାତୀୟ ଫିଲ୍ମ ନିର୍ମାତାଙ୍କ ସହ କାମ କରିବାର ଅଭିଜ୍ଞତା ଜଣାଇଛନ୍ତି । ନିଜ ଅଡିସନ ସମୟରେ କ୍ରିଷ୍ଟୋଫର ନୋଲାନଙ୍କୁ କ୍ୟାମେରା ଧରିଥିବାର ଦେଖି ସେଇଟା ତାଙ୍କ ପାଇଁ ବହୁତ ଅଧିକ ଖୁସିର ସମୟ ଥିଲା ବୋଲି କହିଛନ୍ତି । ସେ ଫିଲ୍ମରେ ଅଭିନୟ କରିପାରିବେ କି ନାହିଁ ତ ଜାଣିନଥିଲେ, ମାତ୍ର କ୍ରିଷ୍ଟୋଫରଙ୍କ ସହ ସେହି ସମୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେତେବେଳେ ସେ ଫିଲ୍ମରେ ଅଭିନୟ ପାଇଁ ଉର୍ତ୍ତୀର୍ଣ୍ଣ ହେଲେ ସେତେବେଳେ ସେ ବହୁତ ନର୍ଭସ ଥିଲେ ବୋଲି ଜଣାଇଛନ୍ତି ଡିମ୍ପଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ