Masthead

କ୍ରିମି ଚିକେନ୍

ଘରେ କିପରି ତିଆରି କରିବେ ଟେଷ୍ଟି “କ୍ରିମି ଚିକେନ୍”, ଜାଣନ୍ତୁ..

କରୋନା ସମୟରେ ସମସ୍ତେ ପ୍ରାୟ ରୋଷେଇ କରିବାରେ ସିଦ୍ଧହସ୍ତ ହୋଇଗଲେଣି । ଏବେ ଲକଡାଉନ, ସଟଡାଉନ ଆଉ ନାହିଁ ସତ । କିନ୍ତୁ କର୍ମମୟ ଜୀବନରୁ ଛୁଟି ମିଳିଲେ ନୂଆ ରୋଷେଇ ଆଇଟମ ତିଆରି କରିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି। ତେଣୁ ଆମେ ଆଜି ଆପଣଙ୍କୁ ଗୋଟିଏ ନୂଆ ‘ଡିସ୍’ ବିଷୟରେ କହିବୁ । ଯାହାକୁ ଆପଣମାନେ ଘରେ ଖୁବ ସହଜରେ ତିଆରି କରିପାରିବେ । ଏହି ଡିସ୍ ର ନାମ “କ୍ରିମି ଚିକେନ୍ ” । ତେବେ ଚାଲନ୍ତୁ ଜାଣିନେବା ଏହାର ପ୍ରସ୍ତୁତି ପ୍ରଣାଳୀ..

 

ଆବଶ୍ୟକ ସାମଗ୍ରୀ:  ଚିକେନ, ବସାଦହି, ଲଙ୍କାଗୁଣ୍ଡ, ରିଫାଇନ୍‌ ତେଲ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ, କ୍ଷୀର, କ୍ରିମ୍‌, ଚାଟ ମସଲା ଓ ଗୋଟା କଞ୍ଚାଲଙ୍କା

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନରେ ବସାଦହି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। କରେଇରେ ତେଲ ଗରମ କରି ମ୍ୟାରିନେଟ ଚିକେନ୍‌କୁ ଭାଜି ରଖନ୍ତୁ। କରେଇରେ ତେଲ ଗରମ କରି ପିଆଜ ବଟା, ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ପାଣି ଓ ଭାଜି ରଖିଥିବା ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଚିକେନରେ କ୍ରିମ୍‌, ଚାଟ ମସାଲା ଓ ଗୋଟା କଞ୍ଚାଲଙ୍କା  ପକାଇ ଗୋଳାଇ ଦିଅନ୍ତୁ  ଓ ଏହାକୁ ୫ ମିନିଟ୍‌ ଘୋଡ଼ାଇ ରଖନ୍ତୁ।ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗରମାଗରମ କ୍ରିମି ଚିକେନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା