Masthead

୪୦ ଫୁଟ ଗଭୀର ବୋରେୱେଲରେ ପଡ଼ିଲା ଶିଶୁ, ରେସ୍କ୍ୟୁ ଅପରେସନ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ପୁଣି ବୋରୱେଲରେ ପଡ଼ିଲା ଶିଶୁ । ଦିଲ୍ଲୀ କେଶବପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ଼ ପ୍ଲାଣ୍ଟରେ ଅଘଟଣ । ୪୦ ଫୁଟ ଗଭୀର ବୋରେୱେଲରେ ଫସିଛି ଶିଶୁ । ଏହି ବୋରୱେଲର ଚଉଡ଼ା ମାତ୍ର ଦେଢ଼ ଫୁଟ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି । ପିଲାଟି ପଡ଼ିଥିବା ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି ଏନଡିଆରଏଫ୍ ଅଧିକାରୀ କହିଛନ୍ତି ।

ଶିଶୁକୁ ଠାବ କରିବା ପାଇଁ ଭିକଟିମ ଲୋକେସନ୍ କ୍ୟାମେରା ମଗା ଯାଇଛି । ଶିଶୁର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବା ବେଳେ ବୟସ ମଧ୍ୟ ଜଣାପଡିନାହିଁ । ଏହି ଗଭୀର ବୋରୱେଲ୍ କେଶବପୁର ଜଳ ଯୋଗାଣ ବୋର୍ଡ ପ୍ଳାଣ୍ଟ ଭିତରେ ରହିଛି ।

ଶିଶୁକୁ ବୋରୱେଲ ଉଦ୍ଧାର ପାଇଁ ଲଗାତାର ରେସକ୍ୟୁ ଜାରି ରହିଛି । ଏନଡିଆରଏଫର କହିବା ଅନୁଯାୟୀ, ଶିଶୁକୁ ଉଦ୍ଧାର ପାଇଁ ଗଭୀର ନଳକୂପର ଠିକ୍ ପାର୍ଶ୍ଵରେ ଆଉ ନଳକୂପ ସମାନ୍ତରଳ ଭାବେ ଖୋଲିବାକୁ ପଡ଼ିବ । ଏନେଇ ପ୍ରସ୍ତୁତି ମଧ୍ୟ ଜୋରଜଦାର ଜାରି ରହିଛି । ୫ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା