Masthead

ଭାରତରେ ଉତ୍ପାଦନ ହେବ ‘ସ୍ଫୁଟନିକ୍ ଭି’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଉତ୍ପାଦନ ହେବ ସ୍ଫୁଟନିକ-ଭି । ଚଳିତ ବର୍ଷ ଅଗଷ୍ଟ ମାସରୁ ଭାରତରେ କରୋନା ଟିକା ସ୍ଫୁଟନିକ୍ ଭିର ଉତ୍ପାଦନ ଆରମ୍ଭ ହେବ । ଏନେଇ ଆଜି ଋଷସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଡିବି ଭେଙ୍କଟେଶ ବର୍ମା ଘୋଷଣା କରିଛନ୍ତି । ସେପ୍ଟମ୍ବରରୁ ଅକ୍ଟୋବର ସୁଦ୍ଧା ଭାରତରେ ୮୫୦ ନିୟୁତ ଡୋଜ ସ୍ଫୁଟନିକ୍ ଭି ଉତ୍ପାଦନ ହେବ ବୋଲି କୁହାଯାଇଛି । ସମ୍ପୂର୍ଣ୍ଣ ପୃଥିବୀରେ ଯେତେ ପରିମାଣର ସ୍ଫୁଟନିକ୍ ଭି ଉତ୍ପାଦନ ହେବ ତା’ର ପ୍ରାୟ ୬୫%ରୁ ୭୦% ଭାରତରେ ଉତ୍ପାଦନ ହେବ । ଭାରତର ଚାହିଦା ପୂରଣ ହେବା ପରେ ଋଷ ଏହି ଟିକା ଗୁଡ଼ିକୁ ଅନ୍ୟାନ୍ୟ ଦେଶମାନଙ୍କୁ ଆମଦାନି କରିବ ।

ସେହିପରି ବ୍ଲାକ ଫଙ୍ଗସ୍ ଚିକିତ୍ସାର ଔଷଧ ଲାଗି ଭାରତ ଋଷ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରୁଛି । ତେବେ ସ୍ଫୁଟନିକ୍ ଭି ପ୍ରସ୍ତୁତି ପାଇଁ ଅର୍ଥ ଯୋଗାଇଥିବା ଋଷିଆର ସାର୍ବଭୌମ ସମ୍ପଦ ପାଣ୍ଠି ‘ଋଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’ ଟିକା ଉତ୍ପାଦନ ଲାଗି ୫ଟି ଭାରତୀୟ କମ୍ପାନୀଙ୍କ ସହ ରାଜିନାମା ସ୍ୱାକ୍ଷର କରିଛି । ଋଷଠାରୁ ସମୁଦାୟ ୨ଲକ୍ଷ ୧୦ହଜାର ଡୋଜ ସ୍ଫୁଟନିକ୍ ଭି ଭାରତ ପାଇସାରିଛି, ମେ ଶେଷ ସୁଦ୍ଧା ଭାରତ ଆଉ ୩ନିୟୁତ ଡୋଜ ପାଇବ । ସେହିପରି ଜୁନ ଶେଷ ସୁଦ୍ଧା ୫ନିୟୁତ ଡୋଜ ଟିକା ଋଷଠାରୁ ଆମଦାନି ହେବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ