ପଇଡ଼ ବୋଝେଇ ଟ୍ରକରୁ ଜବତ ହେଲା ଗଞ୍ଜେଇ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଅଟକ । ଧରାପଡିଲା ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ପଇଡ଼ ବୋଝେଇ ଗାଡ଼ିରେ ଚାଲାଣ ବେଳେ ନନ୍ଦପୁର ପୋଲିସ ହାତରେ ଧରାପଡିଛି ବିପୁଳ ଗଞ୍ଜେଇ । ହିକିମପୁଟ ଅଞ୍ଚଳରୁ ଦ୍ରୁତଗତିରେ ଆସୁଥିବା ଟ୍ରକକୁ ନନ୍ଦପୁର ବ୍ଲକ ଅଫିସ୍ ନିକଟରେ ପୋଲିସ ଅଟକାଇ ଥିଲା । କିନ୍ତୁ ଟ୍ରକରେ ପଇଡ ବୋଝେଇ ହୋଇଥିବାରୁ ପୋଲିସ ପ୍ରଥମେ ଗାଡିକୁ ଛାଡିଦେଉଥିଲା । ସନ୍ଦେହ ହେବାରୁ ଟ୍ରକରେ ଥିବା ୩ ଜଣଙ୍କୁ କାବୁ କରିଥିଲା ପୋଲିସ। ପଇଡ଼ ବାହାର କରି ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।

ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଟ୍ରକକୁ ଜବତ କରିଛି ପୋଲିସ । ଏହି ଟ୍ରକ ରେ ୨୨ ଟି ବସ୍ତାରେ ପ୍ରାୟ ୪କୁଇଣ୍ଟାଲ ୫୦ କେଜି ଗଞ୍ଜେଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଗଞ୍ଜେଇ ମାଫିଆ ମାନେ ଉତ୍ତର ପ୍ରଦେଶ ଆଞ୍ଚଳର ବିପେନ୍ଦ୍ର ସିଂ, ନିତୀଶ ସିଂ ଏବଂ ବିହାର ଅଞ୍ଚଳର ରାଜୁ କୁମାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’