Masthead

ପଇଡ଼ ବୋଝେଇ ଟ୍ରକରୁ ଜବତ ହେଲା ଗଞ୍ଜେଇ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଅଟକ । ଧରାପଡିଲା ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ପଇଡ଼ ବୋଝେଇ ଗାଡ଼ିରେ ଚାଲାଣ ବେଳେ ନନ୍ଦପୁର ପୋଲିସ ହାତରେ ଧରାପଡିଛି ବିପୁଳ ଗଞ୍ଜେଇ । ହିକିମପୁଟ ଅଞ୍ଚଳରୁ ଦ୍ରୁତଗତିରେ ଆସୁଥିବା ଟ୍ରକକୁ ନନ୍ଦପୁର ବ୍ଲକ ଅଫିସ୍ ନିକଟରେ ପୋଲିସ ଅଟକାଇ ଥିଲା । କିନ୍ତୁ ଟ୍ରକରେ ପଇଡ ବୋଝେଇ ହୋଇଥିବାରୁ ପୋଲିସ ପ୍ରଥମେ ଗାଡିକୁ ଛାଡିଦେଉଥିଲା । ସନ୍ଦେହ ହେବାରୁ ଟ୍ରକରେ ଥିବା ୩ ଜଣଙ୍କୁ କାବୁ କରିଥିଲା ପୋଲିସ। ପଇଡ଼ ବାହାର କରି ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।

ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଟ୍ରକକୁ ଜବତ କରିଛି ପୋଲିସ । ଏହି ଟ୍ରକ ରେ ୨୨ ଟି ବସ୍ତାରେ ପ୍ରାୟ ୪କୁଇଣ୍ଟାଲ ୫୦ କେଜି ଗଞ୍ଜେଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଗଞ୍ଜେଇ ମାଫିଆ ମାନେ ଉତ୍ତର ପ୍ରଦେଶ ଆଞ୍ଚଳର ବିପେନ୍ଦ୍ର ସିଂ, ନିତୀଶ ସିଂ ଏବଂ ବିହାର ଅଞ୍ଚଳର ରାଜୁ କୁମାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା