କଙ୍ଗାରୁ କୋର୍ଟ କରି ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିଦେଲେ: ମାଇଣ୍ଡଗେମ୍ ପ୍ରଯୋଜକ

"ଟୁଟୁ ନାୟକ ନାଟର ଗୋବର୍ଦ୍ଧନ"

ଭୁବନେଶ୍ୱର(ବଡ଼ ଖବର):  ଟୁଟୁ ନାୟକଙ୍କ ଉପରେ ବର୍ଷିଲେ ମାଇଣ୍ଡଗେମ୍ ପ୍ରଯୋଜକ ଶ୍ରୀଧର ମାର୍ଥା । ମାଇଣ୍ଡଗେମ ଚଳଚ୍ଚିତ୍ର ମୁଖ୍ୟ କଳାକାର ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଙ୍ଘ ବାସନ୍ଦ ଘଟଣାକୁ ନେଇ ଶ୍ରୀଧର ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଏ ସବୁ ବିବାଦର ମଂଜି ଟୁଟୁ ନାୟକ । କଂଗାରୁ କୋର୍ଟ ଭଳି କିଛି ଜଣ ବସି ମନୋଜ ମିଶ୍ରଙ୍କ ପକ୍ଷ ନ ଶୁଣି ତାଙ୍କ ଉପରେ କଟକଣା ଲଗାଇଲେ । ବାସନ୍ଦ ନିଷ୍ପତି ନେଇଥିବା ଟୁଟୁ ନାୟକ ଏଭଳି ନିଷ୍ପତି ନେବାକୁ କିଏ, ସେ କେତେଟା ଫିଲ୍ମ କରିଛନ୍ତି ଯେ ପ୍ରଯୋଜକ ବୋଲି ନିଜକୁ କହୁଛନ୍ତି ବୋଲି ଶ୍ରୀଧର ମାର୍ଥା ପ୍ରଶ୍ନ କରିଛନ୍ତି ।

ଟୁଟୁ ନାୟକଙ୍କ ବାପା ପ୍ରଯୋଜକ ଥିଲେ, ସେ ତାଙ୍କ ପୁଅ ନାଁ ଫିଲ୍ମରେ ଲେଖିଦେଉଥିଲେ । ଟୁଟୁ ନାୟକ ଓଲିଉଡରେ ହୀନ ରାଜନୀତି କରୁଛନ୍ତି ଓ ସବୁ ନାଟର ଗୋବର୍ଦ୍ଧନ ବୋଲି ସେ ଅଭିଯୋଗ କରିଛନ୍ତି । ଗୋଟିଏ ପ୍ରଯୋଜକକୁ ଲାଭ ଦେବାକୁ ଯାଇ ତାଙ୍କ ସହ ଅନ୍ୟାୟ କାହିଁକି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମନୋଜଙ୍କ ପଛରେ ବାସନ୍ଦ ଶବ୍ଦ ଲଗାଇଦେବାରୁ ମାଇଣ୍ଡଗେମ୍ ଫିଲ୍ମ ଅନେକ ହଲରୁ ବାହାରିଗଲା ।

ସେଥିପାଇଁ ତାଙ୍କୁ ଅନେକ କ୍ଷତି ସହିବାକୁ ହୋଇଛି । କିଏ ତାହାର ଭରଣା କରିବ? ଆଜି ପର୍ଯ୍ୟନ୍ତ ମାଇଣ୍ଡଗେମ ଫିଲ୍ମକୁ ନେଇ ଯେଉଁ ନ୍ୟାୟପାଳିକା ଲଢେଇ ହୋଇଛି ସେଥିରେ ଟୁଟୁ ନାୟକଙ୍କ ହାତ ଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଶ୍ରୀଧର ମାର୍ଥା । ସମ୍ବଲପୁରରେ ଯେଉଁ ନାଟକ ଚାଲିଛି ସେଥିରେ ବି ଟୁଟୁଙ୍କ ହାତ କାହିଁକି ନ ଥିବ ବୋଲି ମାର୍ଥା ସନ୍ଦେହ କରୁଛନ୍ତି । ତାଙ୍କୁ ହଇରାଣ କରିବାକୁ  ମନୋଜ ମିଶ୍ରଙ୍କୁ ବ୍ୟାନ୍ କରାଯାଇଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’