Masthead

ଦକ୍ଷିଣାଞ୍ଚଳ ରେଞ୍ଜ ସମ୍ମିଳନୀ କକ୍ଷରେ ସମୀକ୍ଷା କଲେ ଅରୁଣ ଷଡଙ୍ଗୀ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦିନିକିଆ ଗସ୍ତରେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅରୁଣ ଷଡ଼ଙ୍ଗୀ। ଦକ୍ଷିଣାଞ୍ଚଳ ରେଞ୍ଜ ସମ୍ମିଳନୀ କକ୍ଷରେ କଲେ ସମୀକ୍ଷା। ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ପାରିବ ସେ ନେଇ ସମୀକ୍ଷା କରିଥିଲେ। ଅବାଧ ,ନିରପେକ୍ଷ ନିର୍ବାଚନ ସହିତ ଅପରାଧୀ ମାନଙ୍କ ଉପରେ ତିଖଣ ନଜର ଏବଂ ୱାରେଣ୍ଟ ବଳରେ ସମସ୍ତ ଅପରାଧୀଙ୍କୁ ଗିରଫ କରିବାକୁ ନେଇ ଆଲୋଚନା କରିଥିଲେ।

ଏଥି ସହିତ ସମ୍ବେଦନଶୀଳ ବୁଥରେ କିଭଳି ଅଧିକା ଗୁରୁତ୍ୱ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ନସ୍କଲ ପ୍ରବଣ ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ, ନିର୍ବାଚନ ସମୟରେ ସାଇବର ଠକେଇ ଠାରୁ ଦୂରେଇ ରହିବା, ବେଆଇନ ଗଞ୍ଜେଇ ଚାଲାଣ ଉପାରେ କଡା ନଜର ରଖାଯାଇଛି, ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବଳି ଡିଜିପି ଶ୍ରୀ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଅବସରରେ ଅତିରିକ୍ତ ଡିଜିପି ସଞ୍ଜୟ କୁମାର,ଦେବଦତ୍ତ ସିଙ୍ଗ, ଗୁଇନ୍ଦା ଆଇଜି ଅନୁପ ସାହୁ, ଡିଆଇଜି କାନୱାର ବିଶାଳ ସିଙ୍ଗ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜେ ଏନ ପଙ୍କଜ, ଗଞ୍ଜାମ ଏସ୍ପି ଜଗମୋହନ ମୀନା, ବ୍ରହ୍ମପୁର ଡିଆଇଜି ଡା ସାର୍ଥକ ଷଡ଼ଙ୍ଗୀ, କନ୍ଧମାଳ ଏସ୍ପି ସୁଭେନ୍ଦୁ ପାତ୍ର, ବୌଦ୍ଧ ଏସ୍ପି ରାଜ୍ ପ୍ରସାଦ, ଗଜପତି ଏସ୍ପି ଏସ୍.ସ୍ବାତୀ କୁମାର ଙ୍କୁ ନେଇ ଏହି ସମୀକ୍ଷା ହୋଇଥିଲା । ଏସ୍ପି ମାନେ ନିଜ ଅଞ୍ଚଳର ଅପରାଧ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ପୁଲିସ ଡ଼ିଜିପିଙ୍କୁ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା