Masthead

ହାତୀ ମୁହଁରୁ ବର୍ତ୍ତିଲେ ୩ ପରିବାର

ମୁନିଗୁଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ ଅଧିନସ୍ଥ ଅମ୍ବାଦଳା ବନ ସେକ୍ସନର ରଘୁବାରୀ ଓ ଇଛାପୁର ପଞ୍ଚାୟତର ବିଭିନ୍ନ ଗାଁରେ ଦୀର୍ଘ ଦିନ ହେବ ତାଣ୍ଡବ ମଚାଇ ରଖିଛନ୍ତି ଜଙ୍ଗଲୀ ହାତୀ । ସୀମାନ୍ତ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ଜଙ୍ଗଲରୁ ହାତୀପଲ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଦୁଇ ପଞ୍ଚାୟତର ବିଭିନ୍ନ ଗାଁ ଗୁଡିକର ଧାନ ଚାଷନଷ୍ଟ କରିବା ସହ ଇଚ୍ଛାପୁର ପଞ୍ଚାୟତର ପାହାଡ଼ ଉପରେ ଥିବା ଡେଡୀଙ୍ଗସୋର ଗାଁରେ ୩ ଆଦିବାସୀ ପରିବାରଙ୍କ ବାସ ଗୃହ ଭାଙ୍ଗି ଚୁରମାର କରି ଦେଇଥିବା ସୂଚନା ମିଳିଛି ।

ଡେଡୀଙ୍ଗସୋର ଗାଁର ସସେ ମାଝୀ, ପୋଟା ମାଝୀ ଓ ରାଓ ମାଝୀଙ୍କ ଗୃହ ନଷ୍ଟ କରିବା ସହ ଘରର ସମସ୍ତ ଆସବ ପତ୍ର ଓ ସଞ୍ଚୟ ଧାନ, ଚାଉଳ, ଟଙ୍କା ପଇସା ସହ ଅତ୍ୟାଶ୍ୟକୀୟ ଜିନିଷ ପତ୍ର ନଷ୍ଟ କରି ଦେଇଥିବା ପରିବାର ବର୍ଗ ଜଣାଇଛନ୍ତି । କୌଶଳ କ୍ରମେ ହାତୀର ମୁହଁରୁ ଖସିବାରେ ତିନି ପରିବାରର ୧୪ ଜଣ ସଦସ୍ୟ ସଫଳ ହୋଇଛନ୍ତି । ସେମାନେ ପାହାଡ଼ ତଳେ ଥିବା ବାମନଦେଓ ଗାଁରର ଧାନ ଖଳାରେ ରହିଛନ୍ତି । କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ପୀଡ଼ିତ ପରିବାର ବର୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ