Before Header

ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି-ଜେଏସପି ମେଣ୍ଟ

0 1,005

ଆନ୍ଧ୍ରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି-ଜେଏସ୍‌ପି ମେଣ୍ଟ ଚୂଡ଼ାନ୍ତ । ୩ ଦଳର ୨ ଦିନିଆ ବୈଠକ ପରେ ଜାରି ହେଲା ମିଳିତ ବିବୃତି । ବୁଝାମଣା ଅନୁଯାୟୀ ରାଜ୍ୟର ୨୫ ଲୋକସଭା ଆସନ ମଧ୍ୟରୁ ଟିଡିପି ୧୭ ଆସନରେ ଲଢ଼ିବାକୁ ଥିବାବେଳେ ବିଜେପି ୬ ଏବଂ ଜେଏସ୍‌ପି ୨ ଆସନରେ ଲଢ଼ିବ। ସେହିପରି ଆନ୍ଧ୍ରର ୧୭୫ ବିଧାନସଭା ଆସନ ମଧ୍ୟରୁ ଟିଡିପି ୧୪୪ ଆସନରେ ଲଢ଼ିବାକୁ ସ୍ଥିର ହୋଇଥିବାବେଳେ ବିଜେପି ୧୦ ଏବଂ ଜେଏସ୍‌ପି ୨୧ ଆସନରେ ଲଢ଼ିବ। ଆନ୍ଧ୍ରପ୍ରଦେଶର ବିକାଶ ଏବଂ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମେଣ୍ଟର ୩ ଦଳ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି।

Leave A Reply

Your email address will not be published.