Masthead

ରେଭେନ୍ସାରେ ଛାତ୍ରୀ ପଜେଟିଭ, ପରୀକ୍ଷା ବାତିଲ

କଟକ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ସେଥିରୁ ବାଦ ପଡ଼ି ନାହିଁ ଓଡ଼ିଶା । ସିଲଭର ସିଟିରେ ଏବେ ମାଡ଼ି ଚାଲିଛି କରୋନା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ହୋଇଛନ୍ତି କରୋନା ପଜେଟିଭ । ଛାତ୍ରୀ ଜଣଙ୍କ ପଜେଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ସ୍ନାତକ ତୃତୀୟ, ପଞ୍ଚମ ,ସପ୍ତମ ପରୀକ୍ଷା ଦିନକ ପାଇଁ ବାତିଲ କରିଦିଆଯାଇଛି । ଏନେଇ ପରୀକ୍ଷା ନିୟନ୍ତ୍ରକ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ୟସବୁ ପରୀକ୍ଷା ବାତିଲ ହେବ କି ନାହିଁ ଏବଂ ବାତିଲ ହୋଇଥିବା ପରୀକ୍ଷା କେବେ ହେବ ସେନେଇ ଆଜି ନିଷ୍ପତି ନିଆଯିବ । ଗତକିଛି ଦିନ ତଳେ ରେଭେନ୍ସାର ଜଣେ ଅତିଥି ଅଧ୍ୟାପକ କରୋନା ପଜେଟିଭ ହୋଇଥିବା ଜଣା ପଡିଥିଲା । ଏନେଇ ଗତକାଲି ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଜଣେ ଛାତ୍ରୀଙ୍କ କୋରନା ରିପୋର୍ଟ ପଜେଟିଭ ଆସିଛି । ତେବେ ଛାତ୍ରୀ ଜଣଙ୍କୁ ହଷ୍ଟେଲରେ ସଂଗୋରୋଧରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ