Before Header

ପ୍ରାଣପ୍ରତିଷ୍ଠାରେ ସାମିଲ ହେବେନି ଆଡଭାନୀ

0 1,099

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଅଯୋଧ୍ୟା ଯିବେନି ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ କାଙ୍କ’ତ୍କକ୍ରମରେ ସେ ସାମିଲ ହେବେନି। ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ କିନ୍ତୁ ତାହାକୁ ବାତିଲ କରି ଦେଇଛନ୍ତି।

ପ୍ରବଳ ଥଣ୍ଡା ଓ ଖରାପ ପାଗ ପାଇଁ ନିଜର ଅଯୋଧ୍ୟା ଗସ୍ତକୁ ରଦ୍ଦ କରିଛନ୍ତି ଆଡଭାନୀ । ଏବେ ଆଡଭାନୀଙ୍କୁ ୯୬ ବର୍ଷ ବୟସ । ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଲାଲକୃଷ୍ଣ ଆଡଭାନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇବା ପରେ ଆଡଭାନୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ସେଠାରେ ଉପସ୍ଥିତ ରହିବା ନେଇ ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.