Masthead

ଶୁଭ୍ରାଂଶୁ ସେନାପତିଙ୍କ ଦ୍ୱିଶତକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦ୍ୱିଶତକ ହାସଲ କଲେ ଶୁଭ୍ରାଂଶୁ ସେନାପତି । ଇନେ୍ଦାରରେ ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ମୁକାବିଲାରେ କ୍ୟାରିୟରର ପ୍ରଥମ ରଣଜୀ ଦ୍ୱିଶତକ ହାସଲ କରିଛନ୍ତି ଶୁଭ୍ରାଂଶୁ ।

ଶୁଭ୍ରାଂଶୁଙ୍କ ଚମକ୍ରାର ବ୍ୟାଟିଂ ବଳରେ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସରାଣ ବେଳକୁ ଓଡ଼ିଶା ୮ ୱିକେଟ ହରାଇ ୪୯୩ ରନ୍ ସଂଗ୍ରହ କରିଛି । ଶୁଭ୍ରାଂଶୁ ସେନାପତି ୨୭୭ ରନ୍ କରି ଅପରାଜିତ ଅଛନ୍ତି । ଏହାସହ ରଣଜୀ ପଦାର୍ପଣରେ ହର୍ଷିତ ରାଠୋଡ଼ ୬୦ ରନ୍ କରି ଅପରାଜିତ ଅଛନ୍ତି ।

ଉଭୟଙ୍କ ମଧ୍ୟରେ ନବମ ୱିକେଟ ପାଇଁ ୨୩୪ ରନ୍ ପାର୍ଟନରସିପ ହୋଇସାରିଛି । ପୂର୍ବରୁ ଗତକାଲି ୱିକେଟକିପର ବ୍ୟାଟ୍ସମ୍ୟାନ ରାଜେଶ ଧୁପର ୫୧ ରନ ଇନିଂସ ଖେଳିଥିଲେ ।

ଓଡ଼ିଶା ତାହାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଏହି ମ୍ୟାଚରେ ବିଜୟର ଆଶା ରଖିଛି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦୀନେଶ ମୋଙ୍ଗିଆଙ୍କ କୋଚିଂରେ ଦଳ ଆଖିଦୃଶିଆ ସଫଳତା ହାସଲ ଲକ୍ଷ୍ୟ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ