Masthead

ଆଜିଠୁ ରାହୁଲଙ୍କ ‘ଭାରତ ଯୋଡ ନ୍ୟାୟ ଯାତ୍ରା’

 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘ଭାରତ ଯୋଡ ନ୍ୟାୟ ଯାତ୍ରା’ । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ । ୬୬ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଦେଶର ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଅତିକ୍ରମ କରିବ । ଦୁଇ ମାସର ଯାତ୍ରାରେ ରାହୁଲ ଗାନ୍ଧୀ ଭାରତର ପୂର୍ବାଞ୍ଚଳରୁ ଭାରତର ପଶ୍ଚିମାଞ୍ଚଳକୁ ୬ ହଜାର ୬୦୦ କିଲୋମିଟର ଯାତ୍ରା କରିବେ । ଆଜି ମଧ୍ୟାହ୍ନ ୧୨ଟାରେ ମଣିପୁର ସ୍ଥିତ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ପ୍ରଥମେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା ।

ହେଲେ ମଣିପୁର ସରକାର ଅନୁମତି ନଦେବାରୁ ଏବେ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଯାତ୍ରାର ଆରମ୍ଭ ସ୍ଥାନ ବଦଳିଥିଲେ ମଧ୍ୟ ରୁଟରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଏହି ଯାତ୍ରା ଗତ ୧୦ ବର୍ଷରେ ହୋଇଥିବା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅନ୍ୟାୟକୁ ଆଖିରେ ରଖି ବାହାର କରାଯାଉଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅମୃତକାଳର ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି, କିନ୍ତୁ ଗତ ୧୦ ବର୍ଷ ହେଉଛି ଭାରତ ପାଇଁ ଅନ୍ୟାୟ କାଳ । ତେଣୁ ଜନସେଚତନା ପାଇଁ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା