Masthead

ଦୋଳ ପୂର୍ଣ୍ଣିମାରେ ହେବ ଶ୍ରୀଜିଉଙ୍କ ସୁନାବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୮ ଦୋଳ ପୂର୍ଣ୍ଣିମାରେ ହେବ ଶ୍ରୀଜିଉଙ୍କ ସୁନାବେଶ । ମେକାପ ସେବାୟତ ଓ ସିଂହାରୀ ସେବାୟତଙ୍କୁ ନେଇ ଆୟୋଜିତ ବୈଠକରେ ସମାଧାନର ବାଟ ବାହାରିଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଉଭୟ ଆପୋଷ ଆଲୋଚନା ମାଧ୍ୟମରେ ନୀତି ଶୃଙ୍ଖଳିତ କରିବା ପାଇଁ ରାଜି ହୋଇଛନ୍ତି ।

ଆସନ୍ତା ଦୋଳ ପୂର୍ଣ୍ଣିମାରେ ସବୁକିଛି ସୁରୁଖୁରୁରେ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଦୋଳ ପରେ ସପ୍ତାହକୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣକୁ ଦେଖି ଛତିଶା ନିଯୋଗ ବୈଠକରେ ଆସିଲା ପ୍ରସ୍ତାବ । ଆଗାମୀ ସପ୍ତାହରୁ ଏହି କଟକଣା ଲାଗିପାରେ । ତେବେ କରୋନା ସକ୍ରଂମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତି ନିଆଯାଇଛି । ଏହି ଦିନ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସମେତ ବିଭିନ୍ନ ନିଯୋଗର ସଭାପତି ସଂପାଦକ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ