Masthead

ଆଜି ବିରାଜିବେ ଦେବଶିଳ୍ପୀ ବିଶ୍ୱକର୍ମା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି। ବିଶେଷ କରି ଶିଳ୍ପ କାରଖାନାମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି। ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ତ୍ୱଷ୍ଟା ନାମରେ ସେ ବିଦିତ । ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ବିଶ୍ୱକର୍ମାବଶିଳ୍ପୀ ବିଶ୍ୱର୍କମା ସମସ୍ତ ବିଶ୍ୱବ୍ରହ୍ମାଣ୍ଡର ନିର୍ମାଣ କର୍ତ୍ତା । ସେହିଁ ସର୍ବଶ୍ରେଷ୍ଠ ଶିଳ୍ପୀ ଅଟନ୍ତି । ବେଦପତି ବ୍ରହ୍ମା ସୃଷ୍ଟି ନିର୍ମାଣ କରିବାର ଦାୟିତ୍ୱ ବିଶ୍ୱକର୍ମାଙ୍କୁ ପ୍ରଦାନ କରିଥିଲେ ।

କାରଣ ସେହିଁ ଏହି ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପନ୍ନ କରିପାରିବେ ବୋଲି ସେ ନିଃସନ୍ଦେହ ଥିଲେ । ସତ୍ୟଯୁଗରେ ସ୍ୱର୍ଗପୁର, ତ୍ରେତୟା ଯୁଗରେ ସ୍ୱର୍ଣ୍ଣମୟୀ ଲଙ୍କା, ଦ୍ୱାପର ଯୁଗରେ ଦ୍ୱାରିକା ଏବଂ ଦ୍ୱାପର ଶେଷ ଭାଗ ତଥା କଳିର ପ୍ରାରମ୍ଭରେ ଇନ୍ଦ୍ରପ୍ରସ୍ଥର ନିର୍ମାଣ ବିଶ୍ୱକର୍ମାଙ୍କ ଅଦ୍ୱିତୀୟ ସୃଷ୍ଟିର ଗୋଟିଏ ଗୋଟିଏ ଅନନ୍ୟ ନମୁନା ବୋଲି ଶାସ୍ତ୍ର କହେ । ଯେହେତୁ ବିଶ୍ୱବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ କାରିଗର ହେଲେ ଭଗବାନ୍ ବିଶ୍ୱକର୍ମା ତେଣୁ ତାଙ୍କର ଆର୍ବିଭାବ ଦିବସରେ ସମସ୍ତ ନିର୍ମାଣ,କାରିଗରୀ, ମରାମତି ସମ୍ପୃକ୍ତ ପ୍ରତିଷ୍ଠାନରେ ବିଶ୍ୱକର୍ମା ପୂଜା ଅତିନିଷ୍ଠା ତଥା ଆଡମ୍ବର ସହକାରରେ ପାଳନ ହୁଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି