Masthead

ସୁପର ସଣ୍ଡେରେ ସୁପର ମ୍ୟାଚ୍

ଦୁବାଇ (ବଡ଼ ଖବର ବ୍ୟୁରୋ): ଚାଲିଛି ଆଇପିଏଲ ଫିବର । ଆଜି ସୁପର ସଣ୍ଡେରେ ରହିଛି ୨ଟି ସୁପର ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ହାଇଦ୍ରାବାଦକୁ ଭେଟିବାକୁ ଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଧୋନି ବାହିନୀ ରାହୁଲଙ୍କ ଟିମକୁ ଟକ୍କର ଦେବ । ଦୁଇଟିଯାକ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ମୁମ୍ବାଇ ୪ଟି ମ୍ୟାଚରୁ ୨ଟି ବିଜୟ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ହାଇଦ୍ରାବାଦ ୪ଟି ମ୍ୟାଚ ଖେଳି ୨ଟି ବିଜୟ ହୋଇଥିଲେ ସୁଦ୍ଧା ନେଟ୍ ରନରେଟ୍ କମ ଥିବାରୁ ୪ର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଯେଉଁ ଦଳ ବିଜୟ ହେବ ସେ ପଏଣ୍ଟ ଟେବୁଲରେ ଉପରକୁ ଉଠିବ ।

ପଞ୍ଜାବ ଏବଂ ଚେନ୍ନାଇ ୪ଟି ଲେଖାଏଁ ମ୍ୟାଚ ଖେଳି ମାତ୍ର ଗୋଟିଏ ଲେଖାଏଁ ଜିତିଛନ୍ତି । ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବା ଲାଗି ଉଭୟ ଦଳ ପ୍ରୟାସ କରିବେ । ଯାହାକି ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରିଛନ୍ତି କ୍ରିକେଟ ବିଶେଷଜ୍ଞ । ଧୋନି ବାହିନୀ ଚଳିତ ବର୍ଷ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରିଥିଲେ ସୁଦ୍ଧା ପରବର୍ତ୍ତୀ  ମ୍ୟାଚଗୁଡିକରେ ଦଳ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରି ଶୋଚନୀୟ ପରାଜୟ ବରଣ କରିଛି । ଧୋନିଙ୍କ ଫ୍ୟାନ୍ସମାନେ ଆଶା ରଖିଛନ୍ତି ଯେ ଚେନ୍ନାଇ ପୁଣିଥରେ ବିଜୟଧାରା ଜାରି ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା