Masthead

ଘୃଣାଭାବ ବିସ୍ତାର କରୁଥିବା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯେକୌଣସି ତଥା ସମସ୍ତ ପ୍ରକାର ଘୃଣା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । କୋର୍ଟଙ୍କ ଏହି ଟିପ୍ପଣୀ ସେତେବେଳେ ଆସିଲା ଯେତେବେଳେ ହେଟ୍ ସ୍ପିଚ ପ୍ରସଙ୍ଗ ଉପରେ ଲୋକ ଏବଂ ସମୂହ ପକ୍ଷରୁ ଦାୟର କରାଯାଇଥିବା ପିଟିସନକୁ ନେଇ ଶୁଣାଣି ହେଉଥିଲା । କୋର୍ଟ ଫେବୃଆରୀରେ ବହୁ ପିଟିସନ ଉପରେ ଶୁଣାଣି କରିବାରେ ସହମତ ହୋଇଥିଲେ । ଯେଉଁଥିରେ ଘୃଣାଭାବ ପ୍ରସାର କରୁଥିବା ଭାଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ କୌଶଳ ସ୍ଥାପିତ କରିବାର ଦାବି କରାଯାଇଥିଲା ।

ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାର ବେଞ୍ଚ କହିଛନ୍ତି ଯେ, ‘ଘୃଣା ପ୍ରସାର କରୁଥିବା ଭାଷଣର ସମସ୍ୟା ସାରା ଦେଶରେ ତଦାରଖ କରିପାରିବ ନାହିଁ । ଭାରତ ପରି ବଡ଼ ଦେଶରେ ସମସ୍ୟାମାନ ରହିବ ହେଲେ ପ୍ରଶ୍ନ ଏହା ପଚରାଯିବା ଦରକାର ଯେ, କଣ ଆମ ପାଖରେ ଏଥିରୁ ବାହାରିବା ପାଇଁ କୌଣସି ପ୍ରଶାସନିକ ବ୍ୟବସ୍ଥା ରହିଛି ।’ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟୀଙ୍କୁ ମଧ୍ୟ ଶୁଣାଣି ବେଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଆସନ୍ତା ବର୍ଷ ଫେବୃଆରୀରେ ଶୁଣାଣି ପାଇଁ ଏହି ମାମଲା ପୋଷ୍ଟ କରି ବେଞ୍ଚ କହିଛନ୍ତି ଯେ, ସମାଜ ଜାଣିବା ଉଚିତ ଯେ ଯଦି କୌଣସି ଆଇନ ଉଲ୍ଲଂଘନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶବ୍ୟାପୀ ଆମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ, ନଚେତ୍ ପ୍ରତିଦିନ ମାମଲାଗୁଡ଼ିକ ଆସିବ। ୨୦୧୮ ରେ ତେହସେନ୍ ପୁନାୱାଲା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଘୃଣ୍ୟ ଅପରାଧକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅପରାଧ ପଞ୍ଜିକରଣ ପାଇଁ ଏକ ନୋଡାଲ୍ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା