Masthead

ରିପଡ୍ ଜିନ୍ସକୁ ନେଇ ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରିପଡ୍ ଜିନ୍ସ ପିନ୍ଧିବାକୁ ନେଇ ଉତ୍ତରାଖଣ୍ଡର  ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ କରିଥିବା ବିବାଦୀୟ ବୟାନ ଏବେ ସାରା ଦେଶରେ ଚହଳ ପକାଇଛି ।  ଯାହାକୁ ସୋସିଆଲ ମିଡ଼ିଆରେ ବିରୋଧ କରାଯାଇଥିବାବେଳେ ଏହାର ସମାଲୋଚନା ମଧ୍ୟ କରାଯାଇଛି । ହାସଟ୍ୟାଗ ରିପଡ୍ ଜିନ୍ସ ଟ୍ୱିଟର, ଏବେ ଟ୍ୱିଟରେ ଟ୍ରେଣ୍ଡ କରୁଛି ।

ଏହାକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଦେଶର ସଂସ୍କୃତି ଓ ସଂସ୍କାର ଉପରେ ସେହି ଲୋକଙ୍କୁ ଫରକ ପଡ଼େ, ଯେଉଁମାନେ ମହିଳା ଏବଂ ସେମାନଙ୍କ କପଡ଼ା ଦେଖନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିଜର ଚିନ୍ତାଧାରା ବଦଳାନ୍ତୁ, ତେବେ ଯାଇ ଦେଶ ବଦଳିଯିବ ବୋଲି । ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ମଧ୍ୟ ଟ୍ୱିଟରରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ।

ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଜୟା ବଚ୍ଚନ କହିଛନ୍ତି, ଏଭଳି ପ୍ରତିକ୍ରିୟା ଜଣେ ମୁଖ୍ୟମନ୍ତ୍ରୀ ମୁହଁରେ ଶୋଭାପାଉନାହିଁ । ଉଚ୍ଚପଦବୀ ରହିଥିବା ଲୋକ ବୁଝି ବିଚାରି ସର୍ବସମ୍ମୁଖରେ ବୟାନ ଦେବା ଉଚିତ ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତୀରଥ ସିଂ ରାୱତ ପିଲାମାନଙ୍କ ସଂସ୍କାରକୁ ନେଇ ପିଲାମାନଙ୍କ ଠାରୁ ମିଳୁଥିବା ସଂସ୍କାର ତାଙ୍କ ଅଭିଭାବକଙ୍କ ଉପରେ ନିର୍ଭର କରେ ବୋଲି ସେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା