Masthead

ମହାରାଷ୍ଟ୍ର ପ୍ରସଙ୍ଗ: ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକା ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

''ଉଦ୍ଧବ ନିଜେ ଇସ୍ତଫା ଦେଇସାରିଛନ୍ତି, ତେଣୁ ଆଉ ପଛକୁ ଫେରିହେବ ନାହିଁ''

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଦ୍ଧବ-ସିନ୍ଦେ ଗୋଷ୍ଠୀ ଲଢେଇକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । 16 ବିଧାୟକଙ୍କ ନିଲମ୍ବନ ଆବେଦନର ଶୁଣାଣି ଆଗକୁ ବଡ଼ ବେଞ୍ଚରେ ହେବ  । ଏହାସହ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । ରାଜ୍ୟପାଳଙ୍କ ଭୂମିକା, ଫ୍ଲୋରଟେଷ୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ବାଚସ୍ପତିଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ଯାହା ସିନ୍ଦେ ଗୋଷ୍ଠୀଙ୍କ ପାଇଁ ପ୍ରାରମ୍ଭିକ ଝଟକା ବୋଲି କୁହାଯାଉଛି । ତେବେ ସିନ୍ଦେ ସରକାରକୁ ଆଶ୍ୱସ୍ତି କରିବା ଭଳି ଟିପ୍ପଣୀ ମଧ୍ୟ ରଖିଛନ୍ତି ସୁପ୍ରିମକୋର୍ଟ । ପୁରୁଣା କଥାକୁ ଆଉ ଫେରିହେବ ନାହିଁଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଉଦ୍ଧବ ନିଜ ପଦରୁ ଇସ୍ତଫା ଦେଇ ନ ଥିଲା କିଛି ନିଷ୍ପତ୍ତି ହୋଇପାରିଥାନ୍ତା, କିନ୍ତୁ ଉଦ୍ଧବ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ଏ ପ୍ରସଙ୍ଗରେ ଆଉ ପଛକୁ ଫେରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ସିନ୍ଦେଙ୍କ ସମେତ 16 ବିଧାୟକଙ୍କ ଶୁଣାଣି ବଡ଼ ବେଞ୍ଚକୁ ଯିବ । 5 ଜଣିଆ ବେଞ୍ଚରୁ ଏହା 7 ଜଣିଆ ବେଞ୍ଚକୁ ଯାଇପାରେ । 16 ବିଧାୟକଙ୍କ ନିଲମ୍ବନ ପାଇଁ ଆବେଦନ କରିଥିଲେ ଉଦ୍ଧବ ଠାକରେ । ହ୍ୱିପ ପ୍ରସଙ୍ଗରେ କେବଳ ବିଧାୟକ ନୁହେଁ, ପାର୍ଟିର ନିଷ୍ପତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ