Masthead

ବିଜେପିକୁ ଅଡ଼ୁଆ ବଳରାମ ସିଂ ଯାଦବ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):ବଲାଙ୍ଗିର ବିଜେପିକୁ ଅଡୁଆ ଏବେ ଅଣଓଡ଼ିଆ ନେତା ବଳରାମ ସିଂ ଯାଦବ । ସହରରେ ସଂଯୁକ୍ତ ମୋର୍ଚା ବୈଠକ ନାଁରେ ରାଜାଘର ବିରୋଧରେ ମେଳି କରି ଏବେ ଚର୍ଚ୍ଚାରେ ବଲରାମ ଯାଦବ । ଏହାକୁ କିନ୍ତୁ ସହଜରେ ହଜମ କରି ପାରୁନି ଜିଲ୍ଲା ବିଜେପି । ଦଳର ସଦସ୍ୟ ନହୋଇ ବିଜେପି ନାଁରେ ସଂଗଠନ କରିବା ବେଆଇନ ଦର୍ଶାଇଛି ଜିଲ୍ଲା ବିଜେପି । ଏବଂ ତାଙ୍କ ବିରୋଧର ଫୌଜଦାରୀ ମାମଲା କରାଯିବାକୁ ଚେତାବନୀ ବି ଦିଆଯାଇଛି । ଏଥିରୁ ସ୍ପଷ୍ଟ ଜିଲ୍ଲା ବିଜେପି ଠିକ୍ ଠାକ୍ ଚାଲିନି । ବଳରାମ ସିଂ ଯାଦବଙ୍କର ବିଜେପିରେ ପ୍ରାଥମିକ ସଦସ୍ୟତା ବି ନାହିଁ । ବଲାଙ୍ଗିର ସହରରେ ଅୟୋଜିତ ବିଜେପି ସଂଯୁକ୍ତ ମୋର୍ଚ୍ଚା ବୈଠକରେ ମଞ୍ଚାସୀନ ଅଛନ୍ତି ଅଣଓଡିଆ ନେତା ବଳରାମ ସିଂ ଯାଦବ ।

ଏପରିକି ପୋଷ୍ଟରରେ କେଭି, ସଙ୍ଗୀତାଙ୍କ ଫଟୋ ନଥିବା ବେଳେ ବଳରାମ ଯାଦବଙ୍କ ବଡ ଫଟୋ ରହିଛି । କେବଳ ଏତିକି ନୁହେଁ, ଏହି ବୈଠକକୁ ରାଜାଘର , ଜିଲ୍ଲା ବିଜେପି ସଭାପତି କି ଅନ୍ୟ ନେତାଙ୍କୁ ଆମନ୍ତ୍ରଣ ବି କରାଯାଇ ନଥିଲା । କିନ୍ତୁ ଏଥିରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଶତାଧିକ ନେତା କର୍ମୀ ସାମିଲ ହୋଇଥିଲେ । ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଏବଂ ରାଜାଘର କେନ୍ଦ୍ରିତ ବିଜେପି ବିରୋଧରେ ଏକ ମେଳି କରାଯାଇଥିବା ନେଇ ଜୋରସୋର ଚର୍ଚ୍ଚା । ତେବେ ରାଜ୍ୟ ବିଜେପି ନିଦେ୍ର୍ଦଶରେ ଏହି ବୈଠକ କରିଥିବା ବଳରାମ ସିଂ ଯାଦବ କହିଛନ୍ତି । ଅନ୍ୟପଟେ ଗତ ଥରର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ କହିଛନ୍ତି, ଦଳକୁ ଆହୁରି ସଶକ୍ତ କରିବା ବୈଠକର ମୂଳ ଉଦ୍ଧେଶ୍ୟ ।

ବଲାଙ୍ଗିରରେ ଦୁଇ ତିନି ବର୍ଷ ହେଲା ଅଣଓଡ଼ିଆ ନେତା ବଳରାମ ସିଂ ଯାଦବ ବିଜେପି ସଂଗଠନ କରି ଆସୁଛନ୍ତି । ସେଥିପାଇଁ ଜିଲ୍ଲା ବିଜେପିରେ ଫାଟ ସହ ବିଦ୍ରୋହ ହେଉଥିବା ଆଭାସ ମିଳିଛି । ସେପଟେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି କହିଛନ୍ତି, ସମ୍ପୃକ୍ତ ନେତା ବିଜେପିର କୌଣସି ସଦସ୍ୟ ନୁହନ୍ତି ଓ ସେ କରୁଥିବା ସଂଗଠନ ବେଆଇନ । ଏପରିକି ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ଅନ୍ୟ ରାଜ୍ୟରେ ରହିଛି । ବିଜେପିର ସଦସ୍ୟ ନଥାଇ ବି ଗାଡ଼ିରେ ବିଜେପି ପତାକା ଲଗାଇ ନିଜକୁ ବିଜେପି ନେତା କହି ଦଳକୁ ବଦନାମ କରୁଛନ୍ତି । ତେବେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ହେଲେ ଜିଲ୍ଲା ସଭାପତିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦେଇଥାନ୍ତି ।

ତେଣୁ ଆଗାମୀ ଦିନରେ ତାଙ୍କ ନାଁରେ ଫୌଜଦାରୀ ମାମଲା ଦିଆଯିବ ବୋଲି କହିଛନ୍ତି ଶିବାଜୀ। ଏଥିସହ ତାଙ୍କୁ ସହଯୋଗ କରୁଥିବା ଅନ୍ୟ ବିଜେପି ନେତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ବିଜେପିରେ ସଦସ୍ୟତା ନଥାଇ ଦୀର୍ଘ ବର୍ଷ ହେଲା ସଂଗଠନ କରୁଥିଲେ ବି ବଳରାମ ସିଂ ଯାଦବଙ୍କୁ କେହି ବାରଣ କରୁ ନଥିଲେ କାହିଁକି? ଏବେ ରାଜାଘର ବିରୋଧରେ ମେଳି ଯୋଗୁଁ ରାଜାରାଣୀଙ୍କୁ ସୁରକ୍ଷା ଦେଉ ନାହାନ୍ତି ତ ଜିଲ୍ଲା ସଭାପତି । କାରଣ ଯାହା ବି ହେଉ, ଜିଲ୍ଲା ବିଜେପି ଏବେ ଦୁଇ ଫାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ