Masthead

କିରୋସିନ ଢାଳି ମହିଳାଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ଦଶରଥପୁର (ବଡ଼ ଖବର ବ୍ୟୁରୋ): କିରୋସିନ ଢାଳି ମହିଳାଙ୍କ ମୃତ୍ୟୁ । ହତ୍ୟା ସନ୍ଦେହ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନାଲମଲ୍ଲିକପାଟଣା ଗ୍ରାମରେ । ଶନିବାର ବିଳମ୍ବିତ ରାତିରେ ପରିବାର କଳହକୁ ନେଇ ଜଣେ ମହିଳାଙ୍କର ଚାଲିଯାଇଛି ଜୀବନ । ଦେହରେ ନିଆଁ ଲାଗିବା ପରେ ମହିଳା ଜଣଙ୍କ ଚିତ୍କାର କରିଥିଲେ । ଏହାକୁ ଶୁଣି ପାଖ ପଡୋଶୀ ଦୌଡ଼ି ଆସି ନିଆଁରେ ଜଳୁଥିବାର ଦେଖି ଉଦ୍ଧାର କରିଥିଲେ । ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲାମୁଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

କିନ୍ତୁ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ଆଜି ମୃତ୍ୟୁ ହୋଇଛି । ସୂଚନା ମୁତାବକ ଈଶ୍ୱର ପୁର ଗ୍ରାମର ବିକ୍ରମ ବେହେରାଙ୍କ ଝିଅ ଜୟଶ୍ରୀ ବେହେରା ନାଲମଲ୍ଲିକପାଟଣା ଗ୍ରାମର ମହେଶ୍ୱର ବେହେରାଙ୍କୁ ବିବାହ ହୋଇଥିଲା । କିନ୍ତୁ ମହେଶ୍ୱରଙ୍କ ପରିବାର ଲୋକେ ଅଧିକ ଯୌତୁକ ଦାବି କରିବା ସହ ବିଭିନ୍ନ କାରଣ ଦର୍ଶାଇ ଜୟଶ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବହୁତ ଥର ମୀମାଂସା ହୋଇଥିଲା ।

କିନ୍ତୁ ଗତକାଲି ବିଳମ୍ବିତ ରାତିରେ କିରୋସିନ ଢାଳି ମହିଳାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୃତ ମହିଳାଙ୍କ ମାଆ ରମାମଣି ବେହେରା ଝିଅକୁ କିରୋସିନ ଢାଳି ମାରିଦେଇଛନ୍ତି ବୋଲି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ