Masthead

ଶପଥ ନେଲେ ଆର୍ୟନ ଖାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇ ଡ୍ରଗ୍ସ ରେଭ ପାର୍ଟି ମାମଲାରେ ଏବେ ଜେଲରେ ଅଛନ୍ତି । ଜାମିନ ଆବେଦନ ଉପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଜାମିନ ଆବେଦନ ଖାରଜ ହେବା ପରେ ସେ ଏବେ ୨୦ ତାରିଖ ଯାଏ ଜେଲରେ ଅଛନ୍ତି । ଆଗାମୀ ଶୁଣାଣିରେ ତାଙ୍କୁ ଜେଲ ମିଳିବ ନା ବେଲ ଏ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାରି ଭିତରେ ଆର୍ୟନ ଏନସିବିକୁ ଏକ ବଡ ପ୍ରତିଶୃତି ଦେଇଛନ୍ତି ।ଖାଲି ଏତିକି ନୁହେଁ ସେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଗରେ ଶପଥ ମଧ୍ୟ ନେଇଛନ୍ତି । ସୂଚନା ଅନୁଯାୟୀ, ଏନସିବିର ନିର୍ଦ୍ଦେଶକ ସମୀର ୱାଙ୍ଗଡେ ନିଜ ଟିମ ନିକଟରେ ଆର୍ୟନ ଖାନଙ୍କ କାଉନସେଲିଂ କରାଇଥିଲେ । ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି ଜେଲରୁ ବାହାରିବା ପରେ ସେ ଭଲ ମଣିଷ ହୋଇଯିବେ । ଗରିବ ଲୋକମାନଙ୍କୁ ସେ ସାହାଯ୍ୟ କିବେ । ସେ କେବେ ଆଉ ଏମିତି କାମ କିରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

ତେବେ ଆର୍ୟନ ସହ ଗିରଫ ହୋଇଥିବା ଅନ୍ୟ ୭ ଜଣଙ୍କର ବୟସ ୩୦ରୁ କମ । ତେବେ ସେମାନେ ଏତେ କମ ବୟସର ଏପରି ନିଶାଦ୍ରବ୍ୟ ସେବନ କରିବା ଅନୁଚିତ । ସମୀର ୱାଙ୍ଖଡେ ସେମାନଙ୍କୁ ନିଶା ନ ନେବା ପାଇଁ କହିଛନ୍ତି । ସେମାନଙ୍କୁ ଡ୍ରଗ୍ସ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଥାଉକି ଆର୍ୟନ ଏବେ ଆର୍ଥର ରୋଡ ଜେଲରେ କଏଦୀ ନମ୍ବର ୯୫୬ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ