Masthead

ସ୍ୱଚ୍ଛ ଭାରତ ମିଶନ ଯୋଜନାରୁ ବାହାରୁଛି ଦୁର୍ନୀତିର ଗନ୍ଧ

ଗାଇସିଲେଟ, (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାଳ ମାଳ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ମିଶନ ଯୋଜନାର ବିଫଳତାର ଚିତ୍ର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି। ଏଠାରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଆନକ ଦୁର୍ନୀତି ହୋଇଥିବାର ଗନ୍ଧ ଏବେ ସାମ୍ନାକୁ ଆସିଛି । ଏଠି ପ୍ରଶ୍ନ ଉଠୁଛି ଗୋଟେ କି ଦୁଇଟା ନୁହଁ ସହ ସହ ଶୌଚାଳୟ କୁ ଅଦଳ ବଦଳ କଲା ବେଳେ ସରକାରୀ ବାବୁ ମାନେ କେମିତି ବିଲ୍ ପାସ୍ କଲେ । ଯଦି ଠିକ୍ ଭାବରେ ତଦନ୍ତ ହୋଇଥାନ୍ତା ତେବେ ଆଜି ଯୋଗ୍ୟ ହିତାଧିକାରୀ ପାଇଖାନାରୁ ବଞ୍ଚିତ ହୋଇ ନଥାନ୍ତେ ।

ସ୍ୱଚ୍ଛ ଭାରତ ଅଭିଯାନ ନାମରେ ତିଆରି ହୋଇଛି ଶୌଚାଳୟ । ହେଲେ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ଅଛନ୍ତି । ଅନ୍ୟପଟେ ଜଣଙ୍କ ନାଁ ରେ ଏକାଧିକ ପାଇଖାନା ତିଆରି ହୋଇଛି । ତାହା ପୁଣି ନିମ୍ନମାନର କେଉଁଠି ଟାଙ୍କି ଫାଟି ଯାଇଛି ତ କେଉଁଠି ଛାତ ଭାଙ୍ଗିବାକୁ ବସିଲାଣି । ଜଗନ୍ନାଥ ଗରତିଆଙ୍କ ନାରେ ଥିବା ଶୌଚାଳୟ ଅନ୍ୟ ଜଣଙ୍କ ଘରେ ତିଆରି ହୋଇଥିବା ବେଳେ ନିଜର ନିଜର ଶୌଚାଳୟ ନାହିଁ । ସରକାରୀ ଯୋଜନାକୁ ସରକାରୀ କର୍ମଚାରୀ ଓ ଠିକାଦାର ମିଶି ଦୁରୁପଯୋଗ କରୁଥିବା ଘଟଣା ବଡ଼ ଖବର ହାତରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ତପ୍ତର ହେବେ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ