Masthead

ସ୍ୱଚ୍ଛ ଭାରତ ମିଶନ ଯୋଜନାରୁ ବାହାରୁଛି ଦୁର୍ନୀତିର ଗନ୍ଧ

ଗାଇସିଲେଟ, (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାଳ ମାଳ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ମିଶନ ଯୋଜନାର ବିଫଳତାର ଚିତ୍ର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି। ଏଠାରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଆନକ ଦୁର୍ନୀତି ହୋଇଥିବାର ଗନ୍ଧ ଏବେ ସାମ୍ନାକୁ ଆସିଛି । ଏଠି ପ୍ରଶ୍ନ ଉଠୁଛି ଗୋଟେ କି ଦୁଇଟା ନୁହଁ ସହ ସହ ଶୌଚାଳୟ କୁ ଅଦଳ ବଦଳ କଲା ବେଳେ ସରକାରୀ ବାବୁ ମାନେ କେମିତି ବିଲ୍ ପାସ୍ କଲେ । ଯଦି ଠିକ୍ ଭାବରେ ତଦନ୍ତ ହୋଇଥାନ୍ତା ତେବେ ଆଜି ଯୋଗ୍ୟ ହିତାଧିକାରୀ ପାଇଖାନାରୁ ବଞ୍ଚିତ ହୋଇ ନଥାନ୍ତେ ।

ସ୍ୱଚ୍ଛ ଭାରତ ଅଭିଯାନ ନାମରେ ତିଆରି ହୋଇଛି ଶୌଚାଳୟ । ହେଲେ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ଅଛନ୍ତି । ଅନ୍ୟପଟେ ଜଣଙ୍କ ନାଁ ରେ ଏକାଧିକ ପାଇଖାନା ତିଆରି ହୋଇଛି । ତାହା ପୁଣି ନିମ୍ନମାନର କେଉଁଠି ଟାଙ୍କି ଫାଟି ଯାଇଛି ତ କେଉଁଠି ଛାତ ଭାଙ୍ଗିବାକୁ ବସିଲାଣି । ଜଗନ୍ନାଥ ଗରତିଆଙ୍କ ନାରେ ଥିବା ଶୌଚାଳୟ ଅନ୍ୟ ଜଣଙ୍କ ଘରେ ତିଆରି ହୋଇଥିବା ବେଳେ ନିଜର ନିଜର ଶୌଚାଳୟ ନାହିଁ । ସରକାରୀ ଯୋଜନାକୁ ସରକାରୀ କର୍ମଚାରୀ ଓ ଠିକାଦାର ମିଶି ଦୁରୁପଯୋଗ କରୁଥିବା ଘଟଣା ବଡ଼ ଖବର ହାତରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ତପ୍ତର ହେବେ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ