Masthead

କଳାକାର ଆଙ୍କିଲେ ନିଜ ସ୍ୱପ୍ନର ଚିତ୍ର

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ରାଜରାସ୍ତାରେ ଚିତ୍ରକାରଙ୍କ ହାତରେ ରଙ୍ଗତୁଳୀ । ୨୦୨୧ ନୂତନ ବର୍ଷ ପାଇଁ ନୂଆ ସପ୍ନ, ନୂଆ ଆଶା ନେଇ ଚିତ୍ରକାରମାନେ କାନଭାସରେ ନିଜ ନିଜ ଚିତ୍ର ଆଙ୍କିଥିଲେ । ଚିତ୍ରକରଙ୍କ ଚିତ୍ରକଳାର ଯାଦୁରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ସବୁ ଦର୍ଶକ । ସମ୍ବଲପୁର ସହରର କଳା ଓ କଳାକାର ଅନୁଷ୍ଠାନ ପକ୍ଷରୁ କଚେରୀ ଛକ ନିକଟରେ ଆୟୋଜିତ ଚିତ୍ରକଳା କର୍ମଶାଳାରେ କଳାକାରମାନେ ନିଜ ଚିତ୍ରକଳାର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାର ସୁଯୋଗ ପାଇଥିଲେ ।

୨୦୨୦ ବର୍ଷକୁ କରୋନା କଟକଣା ପାଇଁ ସବୁ କିଛି ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ ବନ୍ଦ ହେବା ଯୋଗୁ ସବୁ ଚିତ୍ରକଳାକାର ନିରାସ ହୋଇଯାଇଥିଲେ । ୨୦୨୧ ନୂତନ ବର୍ଷରେ ଜଣେ ଚିତ୍ରକଳାକାର କଣ ସପ୍ନ ଦେଖୁଛି ସେ ବିଷୟଵସ୍ତୁ କଳାକାରମାନେ ନିଜ ତୁଳୀରେ ନିଜ ଶ୍ରେଷ୍ଠ କଳାର ପ୍ରଦର୍ଶନ କରିଥିଲେ । ଏହି ଅଭିନବ ଚିତ୍ରକଳା କର୍ମଶାଳାକୁ ବରିଷ୍ଠ ଚିତ୍ରଶିଳ୍ପୀ ବରଦା ମାଧବ ଗୁରୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସବୁ ସଭ୍ୟ ଆୟୋଜନରେ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ