କଳାକାର ଆଙ୍କିଲେ ନିଜ ସ୍ୱପ୍ନର ଚିତ୍ର

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ରାଜରାସ୍ତାରେ ଚିତ୍ରକାରଙ୍କ ହାତରେ ରଙ୍ଗତୁଳୀ । ୨୦୨୧ ନୂତନ ବର୍ଷ ପାଇଁ ନୂଆ ସପ୍ନ, ନୂଆ ଆଶା ନେଇ ଚିତ୍ରକାରମାନେ କାନଭାସରେ ନିଜ ନିଜ ଚିତ୍ର ଆଙ୍କିଥିଲେ । ଚିତ୍ରକରଙ୍କ ଚିତ୍ରକଳାର ଯାଦୁରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ସବୁ ଦର୍ଶକ । ସମ୍ବଲପୁର ସହରର କଳା ଓ କଳାକାର ଅନୁଷ୍ଠାନ ପକ୍ଷରୁ କଚେରୀ ଛକ ନିକଟରେ ଆୟୋଜିତ ଚିତ୍ରକଳା କର୍ମଶାଳାରେ କଳାକାରମାନେ ନିଜ ଚିତ୍ରକଳାର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାର ସୁଯୋଗ ପାଇଥିଲେ ।

୨୦୨୦ ବର୍ଷକୁ କରୋନା କଟକଣା ପାଇଁ ସବୁ କିଛି ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ ବନ୍ଦ ହେବା ଯୋଗୁ ସବୁ ଚିତ୍ରକଳାକାର ନିରାସ ହୋଇଯାଇଥିଲେ । ୨୦୨୧ ନୂତନ ବର୍ଷରେ ଜଣେ ଚିତ୍ରକଳାକାର କଣ ସପ୍ନ ଦେଖୁଛି ସେ ବିଷୟଵସ୍ତୁ କଳାକାରମାନେ ନିଜ ତୁଳୀରେ ନିଜ ଶ୍ରେଷ୍ଠ କଳାର ପ୍ରଦର୍ଶନ କରିଥିଲେ । ଏହି ଅଭିନବ ଚିତ୍ରକଳା କର୍ମଶାଳାକୁ ବରିଷ୍ଠ ଚିତ୍ରଶିଳ୍ପୀ ବରଦା ମାଧବ ଗୁରୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସବୁ ସଭ୍ୟ ଆୟୋଜନରେ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’