Masthead

ଟାଟା ବିରୋଧରେ ଗଣଅନ୍ଦୋଳନ, ୨ ଦିନ ଧାରଣାରେ ବସିଲେ ବିଧାୟକ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଟାଟା ବିରୋଧରେ ଯାଜପୁର ସୁକିନ୍ଦା କାଳିଆପାଣି ଅଂଚଳରେ ବିଜେଡି ପକ୍ଷରୁ ଚାଲିଥିବା ଗଣଧାରଣା ଆଜି ୨ୟ ଦିନରେ ପଂଚିଛି । ଆଜି ଧାରଣା ରତ ଶ୍ରମିକମାନଙ୍କ ନିକଟରେ ସୁକିନ୍ଦା ବିଧାୟକ ପ୍ରିତୀ ରଂଜନ ଘଡାଇ ପଂହଚି ସେମାନଙ୍କ ସହ ଧାରଣାରେ ବସିଛନ୍ତି । ତେବେ ରାଜ୍ୟ ସରକାର ବା ରାଜ୍ୟ ମୁଖ୍ୟମନ୍ତ୍ରୀ ଟାଟାର ମନ ମାନି ବିରୋଧରେ ମୁହଁ ଖୋଲୁ ନଥିଲେ ବି ତାଙ୍କ ଦଳର ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବ୍ୟାନରରେ ଲଗେଇ ଏବେ ଟାଟା ବିରୋଧି ଖୋଲିଛନ୍ତି ମୁହଁ ।

ତେବେ ଆଜି ବିଧାୟକ ପ୍ରୀତି ରଂଜନ ଘଡାଇ ଓ ପୂର୍ବତନ ମନ୍ତ୍ରୀ ତଥା ଶ୍ରମିକ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଡାକରାରେ ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଖଣି ଅଂଚଳରେ ଥିବା ଟାଟା (ଟିଏସଏମଏଲ୍ ) ଫାଟକ ସମ୍ମୁଖରେ ଜାରି ରହିଛି ଗଣ ଅନ୍ଦୋଳନ । ତେବେ ବାହାର ରାଜ୍ୟରୁ ନିଯୁକ୍ତି ହୋଇଥିବା ବ୍ୟକ୍ତିଙ୍କୁ ବିଦା କରିବା ଓ ସ୍ଥାନୀୟ ନିଯୁକ୍ତି ଦେବା, କଂସ ପଂଚାୟତର ଵିଦ୍ୟାଳୟ ବିକାଶ କରିବା ଏଥି ସହ ପୁରୁଣା ଶ୍ରମିକମାନଙ୍କୁ ପୁର୍ନବାର ନିଯୁକ୍ତି ଦେବା ଭଳି ୭ ଦଫା ଦାବି ନେଇ ଶାସକ ବିଜେଡି ବା ଶ୍ରମିକ ସଂଘ ପକ୍ଷରୁ ଆଜି ଗଣ ଆନ୍ଦୋଳନ ଡାକରା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍