Masthead

ସାଇବର ଠକେଇରେ ମିଠା ଦୋକାନୀ

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ସାଇବର ଅପରାଧର ଠକେଇରେ ମିଠା ଦୋକାନୀ। ଏଭଳି ଭୟଙ୍କର ଠକେଇର ଶିକାର ହୋଇଛନ୍ତି ଧାମନଗର ବ୍ଲକ କୋଠର ଗ୍ରାମର ଅଭିଜିତ ପୁଣ୍ଟିଆ। କୋଠର ଛକରେ ମା’ ମଙ୍ଗଳା ସୁଇଟ ଷ୍ଟଲ ନାମରେ ଅଭିଜିତଙ୍କର ଏକ ଜଳଖିଆ ଦୋକାନ ରହିଛି। କିଛି ଦିନ ତଳେ ଅଭିଜିତଙ୍କ ଆକାଉଣ୍ଟ ଥିବା ଅସୁରାଳି ୟୁକୋ ବ୍ୟାଙ୍କକୁ ଆନ୍ଧ୍ର ପ୍ରଦେଶ ବିକ୍ରିକର ବିଭାଗ ପକ୍ଷରୁ ଏକ ଚିଠି ଆସିଥିଲା ।

ଚିଠିରେ ଉଲ୍ଲେଖ ଥିଲା ଅଭିଜିତ ଟ୍ରେଡର୍ସ ଏବଂ ପ୍ରାୟ ଆଣ୍ଡ କୋ ନାମରେ ଦୁଇଟି ବ୍ୟବସାୟକ ପ୍ରତିଷ୍ଠାନ ଜିଏସଟି ବାବଦରେ ୭୧ ଲକ୍ଷ ୧୯ ହଜାର ୬୨୭ ଟଙ୍କା କରିନାହାନ୍ତି। ଏପରି ନୋଟିସ ସହିତ ଅଭିଜିତଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି। ଏଭଳି ଘଟଣା ଜାଣିବା ପରେ ଅଭିଜିତ ଚିନ୍ତାରେ ପଡି ଯାଇଥିଲେ। ଅଭିଜିତଙ୍କ ଆଧାର କାର୍ଡ, ପାନ କାର୍ଡ ନେଇ ଏତେବଡ ଚଞ୍ଚକାତ କରି ଡକୁମେଣ୍ଟ ପ୍ରସ୍ତୁତ କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିବାକୁ ନେଇ ଅଭିଜିତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା।

ଅଭିଜିତ ଏଭଳି ସାଇବର କ୍ରାଇମର ଶିକାର ହୋଇଥିବା ଜାଣିବା ପରେ ଯାଜପୁର ରୋଡ଼ ଜିଏସଟି କାର୍ୟ୍ୟଳୟରେ ଏହା ବୁଝିଥିଲେ । ଏ ସମ୍ପର୍କରେ ସେ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରି ଠକେଇ ସହିତ ତାଙ୍କର କୈଣସି ଲିଙ୍କ୍ ନଥିବା ଦର୍ଶାଇ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ