Before Header

ବ୍ରହ୍ମଗିରି ନାଥପୁରରେ ବୋମାମାଡ଼

0 7

(ବଡ଼ ଖବର ବ୍ୟୁରୋ)  ବ୍ରହ୍ମଗିରି ସାତପଡା ଅଞ୍ଚଳରେ ଥିବା ନାଥପୁର ନିକଟରେ ବୋମାମାଡ଼ ହୋଇଛି । ନିର୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି । ଜମି ଜବରଦଖଲକୁ ନେଇ ବୋମାମାଡ଼ ହୋଇଥିବା ଜଣାପଡିଛି । ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଛି ।

ଆଜି ୩୫ ମୌଜାର ଲୋକେ ଏ ନେଇ ଏକ ବୈଠକ କରିଥିଲେ । କିନ୍ତୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଉକ୍ତ ବୈଠକକୁ ଆସି ନଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ଘଟଣା ସ୍ଥଳରେ ପୁରୀ  ଏସପି, ଏସଡିପିଓ, ବ୍ରହ୍ମଗିରି IIC ଓ ଅତିରିକ୍ତ ତହସିଲଦାର ପହଞ୍ଚି ତନାଘନା ଚଲାଇଛନ୍ତି ।

Leave A Reply

Your email address will not be published.