Masthead

‘ଗୌରାଜୀ କୋ ଲେନେ ଆୟେ ମେରେ ଭୋଲେନାଥଜୀ’ ଗାଇ ଚର୍ଚ୍ଚାରେ ଅଙ୍କିତା

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ଝିଅ ଅଙ୍କିତା । ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଶିକ୍ଷା ଆରମ୍ଭ ବେଳେ ଅଙ୍କିତାଙ୍କ ପ୍ରତିଭା ଫୁଟି ଉଠିଥିଲା । ମାତ୍ର ସାଢେ ତିନି ବର୍ଷ ବୟସରୁ ବିଦ୍ୟାଳୟର ପ୍ରାର୍ଥନା ଗାଇବା ସହିତ ନିଜର ସୁମଧୁର ସ୍ୱରରେ ସ୍ପଷ୍ଟ ଭାବରେ ମନ୍ତ୍ର ଓ ଶ୍ଲୋକ ଉଚ୍ଚାରଣ କରି ପାରୁଥିଲେ। ସେହିଠାରେ ହିଁ ଅଙ୍କିତାଙ୍କ ସଙ୍ଗୀତ ଶିକ୍ଷାର ମୂଳଦୁଆ ପଡିଥିଲା । ପ୍ରଥମେ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ପରେ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ ଅଙ୍କିତା । ମାତ୍ର ୭ ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ ମଧ୍ୟ ୧୧ ବର୍ଷ ବୟସରେ ବଡବିଲର ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନରେ ସଙ୍ଗୀତ ଶିକ୍ଷା ସଂଗୀତ ଶିକ୍ଷା ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ । ଏବେ ସେ ତାଙ୍କ ସାଧନା ଜାରି ରଖିଛନ୍ତି । ଖାଲି ସଙ୍ଗୀତ ନୁହେଁ, ଜଣେ ମେଧାବୀ ଛାତ୍ରୀଭାବେ ଅଙ୍କିତାଙ୍କର ରହିଛି ବେଶ୍ ସୁନାମ । ୩ୟ , ୫ମ ଓ ୭ମ ଶ୍ରେଣୀରେ ବୃତ୍ତି ପାଇବା ସହିତ ୯ମ ଣ୍ରେଣୀରେ ପଠାଣି ସାମନ୍ତ ମେଧାବୃତ୍ତି ଏବଂ ୧୦ମ ଶ୍ରେଣୀରେ ମୁଖ୍ୟମନ୍ତ୍ରୀଙ୍କ ମେଧାବୃତ୍ତି ପାଇଛନ୍ତି । ବିଦ୍ୟାଳୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ସେ ସଦାସର୍ବଦା ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।

୨୦୧୫-୧୬ ଏବଂ ୨୦୧୬-୧୭ ରେ ପ୍ରତିଭା ଅନ୍ଵେଷଣ ସଙ୍ଗୀତ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦାନର ସୁଯୋଗ ପାଇଥିଲେ ଅଙ୍କିତା । ୯ମ ଶ୍ରେଣୀରେ ପଢୁଥିବା ବେଳେ ସେ ପ୍ରଥମେ କମର୍ସିଆଲ କ୍ୟାସେଟରେ ଗୋଟିଏ ଶିଶୁ ଗୀତ “ବିଲୁଆ ନନା” ଗାଇବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ଅନେକ ଗୁଡିଏ ଭଜନ ମଧ୍ୟ ଗାଇବାର ସୁଯୋଗ ହାତଛଡା କରିନାହାନ୍ତି ଅଙ୍କିତା । ୟୁଟୁବ ଚ୍ୟାନେଲ ପାଇଁ ଓଡ଼ିଆ ଆଲବମ୍ ଗୀତ , ହିନ୍ଦୀ ଆଲବମ୍ ଗୀତ, ଝୁମର୍ ଗୀତ, ଲୋରି ଗୀତ ମଧ୍ୟ ଗାଇବାର ସୁଯୋଗ ପ୍ଧବକ୍ତନ୍ତି ଅଙ୍କିତା । ଖାଲି ସେତିକି ନୁହେଁ, ଓଡିଶା ତଥା ଓଡିଶା ବାହାରେ ଅନେକ ମଞ୍ଚରେ ବିଭିନ୍ନ ଭାଷାରେ ଗୀତ ଗାଇ ସେ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଭୁବନେଶ୍ଵରର ଏକ ଘରୋଇ କଲେଜରେ ଇଂଜିନିୟରିଂ ପଢୁଥିବା ଅଙ୍କିତା ସଙ୍ଗୀତ ଶିକ୍ଷା ମଧ୍ୟ ଜାରି ରଖିଛନ୍ତି । ସେ ଗାଇଥିବା ଏକ ଭିନ୍ନ ସ୍ୱାଦର ହିନ୍ଦୀ ଶିବ ଭଜନ ” ଗୌରାଜୀ କୋ ଲେନେ ଆୟେ ମେରେ ଭୋଲେନାଥଜୀ” ଚଳିତ ବର୍ଷ ଫେବୃଆରୀ ୧୪ରେ ମୁକ୍ତିଲାଭ କରିଛି ।

ଏହି ଭଜନ ପାଇଁ ସେ ଏବେ ବେଶ୍ ଚର୍ଚ୍ଚିତ। ବଡ଼ବିଲର ବିଶିଷ୍ଟ ସଂଗୀତକାର ଜିତୁ ଶର୍ମାଙ୍କର ଏହି ହିନ୍ଦୀ ଶିବ ଭଜନଟି ବର୍ତମାନ Instagramରେ ଟ୍ରେଣ୍ଡିଙ୍ଗ୍ ଚାଲିଥିବା ବେଳେ Youtube ରେ ତାହା ମାତ୍ର ୨୦ଦିନ ରେ ୧ Million views ହୋଇପାରିଛି । ଏହି ଗୀତକୁ ଜିତୁ ଶର୍ମା ଏବଂ ଅଙ୍କିତା ଗାଇଛନ୍ତି । ଅଙ୍କିତାଙ୍କ କଣ୍ଠସ୍ଵରରେ ବର୍ତମାନ ପର୍ୟ୍ୟନ୍ତ ୫୦ ହଜାରରୁ ଅଧିକ Reels ବନି ସାରିଛି । ଯାହାକି ଭକ୍ତି ସଙ୍ଗୀତ ଦୁନିଆରେ ଇତିହାସ ସୃଷ୍ଟି କରିଛି। ଅଙ୍କିତାଙ୍କର ଏହି ସଫଳତା ପାଇଁ ସେ ପ୍ରଥମେ ଜିତୁ ଶର୍ମା, ସଙ୍ଗୀତ ନିର୍ଦେଶକ ଆକାଶ ଦେ ଏବଂ ନିଜର ଗୁରୁମାନଙ୍କୁ ଶ୍ରେୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ