Masthead

ତାଲିବାନ ମାନେ ସାଧାରଣ ନାଗରିକ: ଇମ୍ରାନ ଖାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତାଲିବାନ ମାନଙ୍କୁ ସାଧାରଣ ନାଗରିକ କହି ବିବାଦ ଘେରରେ ପାକିସ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ତାଲିବାନ ମାନେ କୌଣସି ସାମରିକ ସଙ୍ଗଠନ ନୁହନ୍ତି । ସେମାନେ ସାଧାରଣ ନାଗରିକ । ତେବେ ପାକିସ୍ତାନ ତାଲିବାନ ଉପରେ କାହିଁକି ଆକ୍ରମଣ କରୁନି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ ପାକିସ୍ତାନରେ ପ୍ରାୟ ୩ନିୟୁତ ଆଫଗାନ ଶରଣାର୍ଥୀ ରହିଛନ୍ତି । ପାକିସ୍ତାନ କିପରି ସେମାନଙ୍କ ଉପରେ ଆକ୍ରମଣ କରିବ । ଏହାଚନା ତାଲିବାନ ମାନେ କୌଣସି ସାମରିକ ସଂଗଠନ ନୁହନ୍ତି । ସେମାନେ ସାଧାରଣ ନାଗରିକ । ଯଦି ଏହି ସବୁ ଶିବିରରେ କିଛି ସାଧାରଣ ନାଗରିକ ରହୁଥିବେ ସେମାନଙ୍କ ଉପରେ ପାକିସ୍ତାନ କିପରି ଆକ୍ରମଣ କରିବ ।

ଶିବିରଗୁଡ଼ିକୁ ଆପଣ ଅଭୟାରଣ୍ୟ ବୋଲି କହୁଛନ୍ତି ବା କେମିତି? ପାକିସ୍ତାନ ତାଲିବାନଙ୍କୁ ଆର୍ଥିକ ସହାୟତା, ଅସ୍ତ୍ରଶସ୍ତ୍ର ଏବଂ ଗୁଇନ୍ଦା ଯୋଗାଇ ଦେବା ନିହାତି ଅନ୍ୟାୟ ବୋଲି କୁହାଯାଉଛି। କିନ୍ତୁ, ଏ ଭଳି ଦାବିର କୌଣସି ପ୍ରମାଣ ଦେଇ ପାରିବ କି, ବୋଲି ଇମ୍ରାନ୍ ପଚାରିଛନ୍ତି। ଗୁରୁତ୍ବାରୋପ କରି ଇମ୍ରାନ୍‌ କହିଛନ୍ତି ଯେ, ୯/୧୧ ପରେ ‘ୱାର୍‌ ଅନ୍‌ ଟେରର୍‌’ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଯୋଗ ଦେଇ ପାକିସ୍ତାନ ସରକାର ଅସହଣୀୟ କ୍ଷତି ସହିଛନ୍ତି। ସେମାନେ ମଧ୍ୟ ବର୍ଷ ବର୍ଷ ଧରି ହଜାର ହଜାର ଆଫଗାନ ଶରଣାର୍ଥୀଙ୍କୁ ଆଶ୍ରୟ ଯୋଗାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଜାତିସଂଘ ନିରାପତ୍ତା ପରିଷଦ୍‌ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ, ‘ତେହରିକ୍-ଇ-ତାଲିବାନ ପାକିସ୍ତାନ’ର ପ୍ରାୟ ୬୦୦୦ ଆତଙ୍କବାଦୀ ସୀମାନ୍ତର ଆଫଗାନ ପଟରେ ଅଭିଯାନ ଚଳାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ