Masthead

ବିଶ୍ୱ ବାଘ ଦିବସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଜୁଲାଇ ୨୯ । ବିଶ୍ବ ବ୍ୟାଘ୍ର ଦିବସ । ବାଘବଂଶ ବୃଦ୍ଧି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସାରା ବିଶ୍ୱରେ ପାଳନ କରାଯାଉଛି ଏହି ଦିବସ । ନନ୍ଦନକାନନରେ ମଧ୍ୟ ପାଳନ କରାଯାଇଛି ଏହି ଦିବସ । ନନ୍ଦନକାନନର ଧଳାବାଘ ଗୌରବ ସାରା ବିଶ୍ୱରେ ଭିନ୍ନ ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ନନ୍ଦନକାନନରେ ୧୪୦ଟି ଧଳାବାଘ ଜନ୍ମ ନେଇଛନ୍ତି । ସେଥିମଧ୍ୟରୁ ୧୦୪ଟିର ମୃତ୍ୟୁ ହୋଇଯାଇଥିବା ବେଳେ ୩୦ଟି ଧଳାବାଘକୁ ବିଭିନ୍ନ ଚିଡ଼ିଆଖାନାକୁ ପଠାଯାଇଛି ।

ଦେଶରେ ୨୦୦୬ରେ ୧୪୧୧ଟି ବାଘ ଥିଲେ । ୨୦୧୦ରେ ଏହି ସଂଖ୍ୟା ବଢି ୧୭୦୬ରେ ପହଞ୍ଚିଥିଲା । ୨୦୧୪ରେ ୨୨୨୬ ଓ ୨୦୧୮ରେ ୧୯୬୭ ବାଘ ଆମ ଦେଶରେ ଅଛନ୍ତି । ସମଗ୍ର ବିଶ୍ୱରେ ଯେତେ ବାଘ ଅଛନ୍ତି ଭାରତରେ ତା’ର ୭୦ ପ୍ରତିଶତ ବାଘ ଅଛନ୍ତି । ତେବେ ନନ୍ଦନକାନରେ ୩ ପ୍ରଜାତିର ୨୭ଟି ବାଘ ଅଛନ୍ତି । ନାଲିବାଘ-୧୮-ଟି , କଳାଲୋମଯୁକ୍ତ ବାଘ-୩, ୬ଟି ଧଳା ବାଘ ନନ୍ଦନକାନରେ ଅଛନ୍ତ । ବିଶ୍ୱ ବ୍ୟାଘ୍ର ଦିବସ ନନ୍ଦନକାନନରେ ପ୍ରତିବର୍ଷ ପରି ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!