Masthead

ତାଲିବାନ ଆତଙ୍କ, ଖାଦ୍ୟ ଅଭାବରୁ ଆଫଗାନିସ୍ତାନରେ ହାହାକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନ ଅଧିକାର କରିବା ପରେ ସାଧାରଣ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡିଛି । ବିଶେଷ କରି ଖାଦ୍ୟ ବିନା ଲୋକେ ହନ୍ତସନ୍ତ ହେଉଛନ୍ତି । ଏଭଳି ସଙ୍କଟ ସମୟରେ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ମାନବିକତା ଦୃଷ୍ଟିରୁ ନାଟୋ ଦେଶମାନେ ଆଗେଇ ଆସିଛନ୍ତି । ଆଫଗାନିସ୍ତାନ ସୀମାକୁ ଲାଗିରହିଥିବା ଦେଶଗୁଡିକ ସେମାନଙ୍କର ସୀମାନ୍ତ ଖୋଲା ରଖିବାକୁ ପରାମର୍ଶ ଦେଇଛନ୍ତି । ତାଲିବାନ ଶାସନରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେଉଥିବାରୁ ଆଫଗାନବାସୀଙ୍କୁ ପଡୋଶୀମାନେ ଶରଣ ଦେବାର ଆବଶ୍ୟକତା ରହିଛି ବୋଲି ନାଟୋ ଦେଶ ସମୂହ କହିଛନ୍ତି ।

ଇରାନ୍, ପାକିସ୍ତାନ, ତାଜକିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ସରକାର ସ୍ୱଦେଶ ଫେରାଇ ନେଇ ସାରିଲେଣି । ଏବେ ଆଫଗାନିସ୍ତାନର ମିଲିୟନରୁ ଅଧିକ ଲୋକ ଖାଦ୍ୟାଭାବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ତା’ର ସୈନ୍ୟ ଓ ନାଗରିକମାନଙ୍କୁ ଫେରାଇ ନେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ଦୋହରାଇଛନ୍ତି । ଏଥିରେ ତାଲିବାନ ପ୍ରତିବନ୍ଧକ ସୃଷ୍ଟି କଲେ ପରିଣତି ଭୟଙ୍କର ହେବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ