Masthead

ତାଲିବାନ ଆତଙ୍କ, ଖାଦ୍ୟ ଅଭାବରୁ ଆଫଗାନିସ୍ତାନରେ ହାହାକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନ ଅଧିକାର କରିବା ପରେ ସାଧାରଣ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡିଛି । ବିଶେଷ କରି ଖାଦ୍ୟ ବିନା ଲୋକେ ହନ୍ତସନ୍ତ ହେଉଛନ୍ତି । ଏଭଳି ସଙ୍କଟ ସମୟରେ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ମାନବିକତା ଦୃଷ୍ଟିରୁ ନାଟୋ ଦେଶମାନେ ଆଗେଇ ଆସିଛନ୍ତି । ଆଫଗାନିସ୍ତାନ ସୀମାକୁ ଲାଗିରହିଥିବା ଦେଶଗୁଡିକ ସେମାନଙ୍କର ସୀମାନ୍ତ ଖୋଲା ରଖିବାକୁ ପରାମର୍ଶ ଦେଇଛନ୍ତି । ତାଲିବାନ ଶାସନରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେଉଥିବାରୁ ଆଫଗାନବାସୀଙ୍କୁ ପଡୋଶୀମାନେ ଶରଣ ଦେବାର ଆବଶ୍ୟକତା ରହିଛି ବୋଲି ନାଟୋ ଦେଶ ସମୂହ କହିଛନ୍ତି ।

ଇରାନ୍, ପାକିସ୍ତାନ, ତାଜକିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ସରକାର ସ୍ୱଦେଶ ଫେରାଇ ନେଇ ସାରିଲେଣି । ଏବେ ଆଫଗାନିସ୍ତାନର ମିଲିୟନରୁ ଅଧିକ ଲୋକ ଖାଦ୍ୟାଭାବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି । ଅଗଷ୍ଟ ୩୧ ସୁଦ୍ଧା ଆମେରିକା ତା’ର ସୈନ୍ୟ ଓ ନାଗରିକମାନଙ୍କୁ ଫେରାଇ ନେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ଦୋହରାଇଛନ୍ତି । ଏଥିରେ ତାଲିବାନ ପ୍ରତିବନ୍ଧକ ସୃଷ୍ଟି କଲେ ପରିଣତି ଭୟଙ୍କର ହେବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା