Masthead

ବାଂଲାଦେଶରେ ‘ତାଲିବାନି ଯୁଗ’

ମହିଳାଙ୍କ ପାଇଁ ପୋଷାକ ସଂହିତା ପ୍ରତିବାଦରେ ଗ୍ୟାଗ୍ ଆଦେଶ ବିବାଦ ସୃଷ୍ଟି କରିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶରେ ଡ୍ରେସ୍ କୋର୍ଡକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ ତାର ମହିଳା କର୍ମଚାରୀଙ୍କୁ ଶାଢୀ, ସଲୱାର-କାମିଜ ସହିତ ସ୍କାର୍ଫ ବା ଅନ୍ୟ ଶାଳୀନ ଓ ପେସାଗତ ପୋଷାକ ପିନ୍ଧିବାକୁ ଆଦେଶ ଦେଇଥିଲା । ଏବଂ ସ୍ଲିଭଲେସ ବା ହାତ କଟା ପୋଷାକ, ଛୋଟ ଡ୍ରେସ୍ ଓ ଲେଗିଂସ ପିନ୍ଧିବା ଉପରେ କଡ଼ା ବାରଣ ଥିଲା ।

ଏହି ଆଦେଶକୁ ନେଇ ସୋସିଆଲ ମିଡ଼ିଆରେ ଝଡ଼ ଉଠଥିଲା । ଲୋକେ ଏହି ଆଦେଶକୁ ଇସଲାମିକ ଏଜେଣ୍ଡା ବୋଲି କହିଥିଲେ । ଏହି ଡ୍ରେସ୍ କୋର୍ଡ଼ର ନିୟମକୁ ଆଫଗାନିସ୍ତାନରେ ତାଲିବାନର ନିୟମ ସହ ତୁଳନା କରାଯାଇଥିଲା । ଯାହାପରେ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲା ଏହି ନିୟମ । ଲୋକେ ବ୍ୟାଙ୍କ୍ର ପରିଚାଳନାକୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ । ଯେ ଶାଳୀନ ଓ ପେସାଗତ ପୋଷାକର ସଂଜ୍ଞା କ’ଣ । ଅନେକ ଏହାକୁ ମହିଳାଙ୍କ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ବୋଲି କହିଥିଲେ । ଯେଉଁଠାରେ ମହିଳା ମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତୁ ଢ଼ାଙ୍କି ହୋଇ ବାହାରକୁ ବାହାରିବାକୁ ପଡ଼େ । ଏହାକୁ ନୂଆ ତାଲିବାନୀ ଯୁଗରେ ଏକଛତ୍ରବାଦୀ ଶାସନ ବୋଲି ମଧ୍ୟ କହିଥିଲେ ସୋସିଆଲ ମିଡ଼ିଆ ୟୁଜର୍ସ । ଚାରିଆଡ଼ୁ ହେଉଥିବା ତୀବ୍ର ବିରୋଧ ଓ ସମାଲୋଚନାର ଚାପରେ ବ୍ୟାଙ୍କ ତାର ନିଷ୍ଫତ୍ତିକୁ ମାତ୍ର ତିନି ଦିନ ମଧ୍ୟରେ ପ୍ରତ୍ୟାହାର କରିଦେଇଛି । ବ୍ୟାଙ୍କର ମୁଖପାତ୍ର କହିଛନ୍ତି ଏହା ଏକ ପରାମର୍ଶ ଥିଲା । ହିଜାବ କିମ୍ବା ବୁର୍ଖା ପିନ୍ଧିବା ପାଇଁ କୌଣସି ବାଧ୍ୟବାଦକତା ନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ