କେରଳ ରାଜନୀତିରେ ନୂଆ ଇତିହାସ

କେରଳ (ବଡ଼ ଖବର ବ୍ୟୁରୋ): ପିନାରାଇ ବିଜୟନ କେରଳ ରାଜନୀତିର ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି । ସେ ଦୀର୍ଘ ୪ଦଶଦ୍ଦିର ରେକର୍ଡ ଭାଙ୍ଗି କେରଳ ରାଜନୀତିର ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ଦଳ ଏଲଡିଏଫ୍ ୧୪୦ ଆସନରୁ ୯୩ରେ ଆଗୁଆ ରହିଛି । ୨୦୧୬ରେ ମୁଖ୍ୟମନ୍ତ୍ରୀ ଥିବା ପି ବିଜୟନ୍ ପୁଣି ଥରେ ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି । ୧୪୦ ଆସନ ବିଶିଷ୍ଠ କେରଳ ବିଧାନସଭା ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ଦଳ ଏଲଡିଏଫ୍ ୯୩ ଆସନରେ ଆଗୁଆ ରହିଛି ।

ୟୁଡିଏଫ୍ ୪୩, ବିଜେପି ଗୋଟିଏ ଓ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି । ପି ବିଜୟନ ଲଗାତାର ଦ୍ୱିତୀୟଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ୪ଦଶଦ୍ଦି ଧରି କେରଳ ରାଜନୀତି ଇତିହାସରେ ଯାହା ହୋଇନଥିଲା, ପି, ବିଜୟନ ଏବେ କରିବାକୁ ଯାଉଛନ୍ତି । ୧୯୭୭ କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଫ୍ରଣ୍ଟ ଓ ସିପିଆଇ ମିଳିତ ଭାବେ କ୍ଷମତାକୁ ଆସିଥିଲେ । କଂଗ୍ରେସର ବରିଷ୍ଠ ନେତା କେ କରୁଣାକରଣ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୦ରେ ୟୁଡିଏଫ୍ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ସିପିଆଇ ନେତା ଇକେ ନାରାୟଣ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

୧୯୮୨, ୧୯୯୧, ୨୦୦୧ ବିଧାନସଭା ନିର୍ବାଚନରେ ୟୁଡିଏଫ୍ ବିଜୟୀ ହୋଇଥିଲା ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ଇକେ ନାରାୟଣ । ସେହିପରି ୧୯୮୦,୧୯୮୭ ଓ ୧୯୯୬ରେ ଏଲଡିଏଫ୍ ବାଜି ମାରିନେଇଥିଲା । ୧୯୮୦ ଓ ୧୯୮୭ରେ କେ କରୁଣାକରଣ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୦୧ରେ ଏକେ ଆଣ୍ଟୋନି ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୨୦୦୪ ପର୍ଯ୍ୟନ୍ତ ଥିଲେ ମୁଖ୍ୟମନ୍ତ୍ରୀ । ପରେ ଓମାନ୍ ଚାଣ୍ଡି ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨୦୦୬ ଓ ୨୦୧୬ରେ ଏଲଡିଏଫ୍ ବିଜୟୀ ହୋଇଥିଲା । ୨୦୦୬ରେ ଭିଏସ୍ ଅଚ୍ୟୁତାନନ୍ଦମ୍ ଓ ୨୦୧୬ରେ ପି ବିଜୟନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୧ରେ ୟୁଡିଏଫ୍ ବିଜୟୀ ହୋଇଥିଲା ଓମନ୍ ଚାଣ୍ଡି ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ