Masthead

କେରଳ ରାଜନୀତିରେ ନୂଆ ଇତିହାସ

କେରଳ (ବଡ଼ ଖବର ବ୍ୟୁରୋ): ପିନାରାଇ ବିଜୟନ କେରଳ ରାଜନୀତିର ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି । ସେ ଦୀର୍ଘ ୪ଦଶଦ୍ଦିର ରେକର୍ଡ ଭାଙ୍ଗି କେରଳ ରାଜନୀତିର ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ଦଳ ଏଲଡିଏଫ୍ ୧୪୦ ଆସନରୁ ୯୩ରେ ଆଗୁଆ ରହିଛି । ୨୦୧୬ରେ ମୁଖ୍ୟମନ୍ତ୍ରୀ ଥିବା ପି ବିଜୟନ୍ ପୁଣି ଥରେ ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି । ୧୪୦ ଆସନ ବିଶିଷ୍ଠ କେରଳ ବିଧାନସଭା ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ଦଳ ଏଲଡିଏଫ୍ ୯୩ ଆସନରେ ଆଗୁଆ ରହିଛି ।

ୟୁଡିଏଫ୍ ୪୩, ବିଜେପି ଗୋଟିଏ ଓ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି । ପି ବିଜୟନ ଲଗାତାର ଦ୍ୱିତୀୟଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ୪ଦଶଦ୍ଦି ଧରି କେରଳ ରାଜନୀତି ଇତିହାସରେ ଯାହା ହୋଇନଥିଲା, ପି, ବିଜୟନ ଏବେ କରିବାକୁ ଯାଉଛନ୍ତି । ୧୯୭୭ କେରଳ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଫ୍ରଣ୍ଟ ଓ ସିପିଆଇ ମିଳିତ ଭାବେ କ୍ଷମତାକୁ ଆସିଥିଲେ । କଂଗ୍ରେସର ବରିଷ୍ଠ ନେତା କେ କରୁଣାକରଣ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୦ରେ ୟୁଡିଏଫ୍ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ସିପିଆଇ ନେତା ଇକେ ନାରାୟଣ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

୧୯୮୨, ୧୯୯୧, ୨୦୦୧ ବିଧାନସଭା ନିର୍ବାଚନରେ ୟୁଡିଏଫ୍ ବିଜୟୀ ହୋଇଥିଲା ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ଇକେ ନାରାୟଣ । ସେହିପରି ୧୯୮୦,୧୯୮୭ ଓ ୧୯୯୬ରେ ଏଲଡିଏଫ୍ ବାଜି ମାରିନେଇଥିଲା । ୧୯୮୦ ଓ ୧୯୮୭ରେ କେ କରୁଣାକରଣ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୦୧ରେ ଏକେ ଆଣ୍ଟୋନି ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୨୦୦୪ ପର୍ଯ୍ୟନ୍ତ ଥିଲେ ମୁଖ୍ୟମନ୍ତ୍ରୀ । ପରେ ଓମାନ୍ ଚାଣ୍ଡି ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨୦୦୬ ଓ ୨୦୧୬ରେ ଏଲଡିଏଫ୍ ବିଜୟୀ ହୋଇଥିଲା । ୨୦୦୬ରେ ଭିଏସ୍ ଅଚ୍ୟୁତାନନ୍ଦମ୍ ଓ ୨୦୧୬ରେ ପି ବିଜୟନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୧ରେ ୟୁଡିଏଫ୍ ବିଜୟୀ ହୋଇଥିଲା ଓମନ୍ ଚାଣ୍ଡି ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ