Masthead

ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ

ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଅନିଲ ଚୌହାନଙ୍କ ବଡ଼ ବୟାନ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଅନିଲ ଚୌହାନଙ୍କ ବଡ଼ ବୟାନ । ଆଜି ଦିଲ୍ଲୀର ଏକ ପ୍ରତିରକ୍ଷା ସେମିନାରରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ‘ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ବହୁ ଉଚ୍ଚରେ ଥିବାବେଳେ ଯେକୌଣସି ପରିସ୍ତିତିରେ ମୁକାବୁଲା ପାଇଁ ସଜାଗ ଅଛନ୍ତି । ସିଡ଼ିଏସ ଚୌହାନ କହିଛନ୍ତି ଯେ ଯୁଦ୍ଧରେ କେହି ରନର୍ସଅପ୍ ନୁହନ୍ତି ଭାରତୀୟ ସାମରିକ ବାହିନୀ ନିରନ୍ତର ସଜାଗ ରହିବା ଉଚିତ । ଭବିଷ୍ୟତରେ ସୂଚନା ଯୋଦ୍ଧା, ପ୍ରଯୁକ୍ତିବିଦ୍ୟା ଯୋଦ୍ଧା ଏବଂ ବିଦ୍ୱାନ ଯୋଦ୍ଧା ଆବଶ୍ୟକ ହେବ ବୋଲି ଚୌହାନ କହିଛନ୍ତି । ଏହି ସମ୍ମିଳନୀରେ ଜେନେରାଲ ଚୌହାନ ସ୍ପଷ୍ଟ କରିଛନ୍ତି ଯେ ଯଦିଓ ମେ ୧୦ ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲେ ମଧ୍ୟ ଯୁଦ୍ଧ ଶେଷ ହୋଇ ନାହିଁ ଜାରି ରହିଛି । ଯୁଦ୍ଧରେ କୌଣସି ଦ୍ୱିତୀୟ ସ୍ଥାନ ନଥାଏ ତେଣୁ ସେନାକୁ ସର୍ବଦା ସତର୍କ ରହିବାକୁ ପଡ଼ିବ ବୋଲି ଚୌହାନ କହିଛନ୍ତି ।

ଅପରେସନ ସିନ୍ଦୂର ହେଉଛି ଭାରତୀୟ ସେନାଙ୍କ ପାଇଁ ଏହା ଏକ ବଡ଼ ଧରଣର ସାମରିକ ଅଭିଯାନ । ଜାମ୍ମୁକାଶ୍ମୀରରେ ହୋଇଥିବା ୨୦୨୫ ଏପ୍ରିଲ୍୨୨ରେ ପହଲଗାମ ଆକ୍ରମଣ ପ୍ରତିବାଦରେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା । ପହଲଗାମ ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀ ମାନେ ୨୬ ଜଣ ନୀରିହ ଭାରତୀୟ ନାଗରିକଙ୍କ ଜୀବନ ଯାଇଥିଲା । ଏହାର ପ୍ରତିଶୋଧ ସ୍ୱରୂପ ଭାରତ ଅପେରସନ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ଭାରତୀୟ ସେନା ୨୦୨୫ ମେ୭ରେ ପାକିସ୍ତାନ ଭିତରେ ପଶି ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିବା ସହ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ । ଏହି ଅପରେସନରେ ଭାରତର ଜଳ, ସ୍ଥଳ ଏବଂ ବାୟୁ ସେନା ସାମିଲ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ