Masthead

ଆନୁଦାନ ଦାବିରେ ପ୍ରତିକାତ୍ମକ ଭାବେ ଶବ ପାଲଟି ଲୋୟର ପିଏମ୍‌ଜିରେ ଅଧ୍ୟାପକଙ୍କ ଧାରଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ଅଧ୍ୟାପକଙ୍କ ଧାରଣା । ଆନୁଦାନ ଦାବିରେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ । ପ୍ରତିକାତ୍ମକ ଭାବେ ଶବ ପାଲଟି କଲେ ବିକ୍ଷୋଭ । ‘୧୬ ବର୍ଷର ଭୋକିଲା ଶିକ୍ଷକ ସରକାରୀ ମାନ୍ୟତା ଦାବି କରୁଛି। ଗାନ୍ଧି ମାର୍ଗରେ ଖୋଲା ଆକାଶ ତଳେ ରାତି ସାରା ଆମେ ପ୍ରତିବାଦ କରୁଛୁ, ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ବଡ ବଡ ଡିଗ୍ରୀଧାରୀ ହୋଇ ବି ଶବ ଭଳି ଏଠାରେ ଶୋଇ ରହୁଛୁ। ଏହା ହେଉଛି ଏକଛତ୍ରବାଦ ଶାସନର ପ୍ରକୃତ ଚିତ୍ର । ସରକାର ଆମ ଦାବି ନଶୁଣିଲେ ଆତ୍ମାହୁତି ଦେବୁ।’ ଏଭଳି ଭାବେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ରାଜ୍ୟର ବେସରକାରୀ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ସଂଘ। ଭୁବନେଶ୍ୱରର ଲୋୟର ପିଏମଜି ରାସ୍ତା ଉପରେ ବସି ସରକାରଙ୍କୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଏପରି ଗୁହାରୀ କରିଛନ୍ତି।

ସରକାରଙ୍କ ସବୁ ନିର୍ଦ୍ଦେଶକୁ ଆମେ ପାଳନ କରି ଆସିଛୁ। ଅନ୍ୟ ଅଧ୍ୟାପକଙ୍କ ଭଳି ସମସ୍ତ କାର୍ଯ୍ୟ କରି ଚାଲିଛୁ, ତଥାପି ଆମକୁ ସରକାରଙ୍କ ଅନୁଦାନ ମିଳୁନି। ଅନ୍ୟ ଅଧ୍ୟାପକଙ୍କ ଭଳି ସୁବିଧା ସୁଯୋଗ ମିଳୁନି। ବାରମ୍ବାର ପ୍ରତିଶ୍ରୁତି ମିଳିବା ପରେ ବି କୌଣସି ଫଳ ପାଉନୁ । ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ କୋଡ ଅଫ କଣ୍ଡକ୍ଟ ଲାଗୁ ହୋଇପାରେ । ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କର ଜୀବନ ଜୀବିକାର ଡ଼ଙ୍ଗା ମଝି ନଈରେ ବୁଡ଼ିବାକୁ ବସିଲାଣି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଧ୍ୟାପକମାନେ ନିଜକୁ ପେଟ୍ରୋଲ ଡ଼ାଳି ଆତ୍ମାହୁତି ଦେବା ପାଇଁ ଚରମ ନିଷ୍ପରି ନେଇଛନ୍ତି । ଯଦି ସରକାର ଦାବି ପୂରଣ ନକରନ୍ତି ତବେ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହା ଓଡ଼ିଶାରେ ପ୍ରଥମ ଘଟଣା । ସରକାରୀ ଚାକିରୀର ମାନତ୍ୟା ପାଇଁ କାହା ପାଖରେ ଗୁହାରୀ କରିବୁ । ଓଡ଼ିଶା ସରକାର ଏହାର ଉତ୍ତର ରଖନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ