Before Header

ଅମୃତପାଲଙ୍କୁ ଖୋଜୁଛି ୯ ରାଜ୍ୟର ପୋଲିସ

0 17

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅମୃତପାଲଙ୍କୁ ଧରିବାରେ ଏବେ ବି ସକ୍ଷମ ହୋଇନାହିଁ ପୋଲିସ । ଅମୃତପାଲଙ୍କୁ ଧରିବାକୁ ପାଲିସ ୯ ରାଜ୍ୟରେ ତଲାସି ଅଭିଯାନ ଜାରି ରଖିଛି । ଉତ୍ତରାଖଣ୍ଡରୁ ଉତ୍ତର ପ୍ରଦେଶ, ନେପାଳ ବର୍ଡର ଉପରେ ପୋଲିସ ଅମୃତପାଲଙ୍କ ପୋଷ୍ଟର ଲଗାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ମୋଡରେ ରହିଛି ।

ଅମୃତପାଲଙ୍କ ତଲାସି ଅଭିଯାନକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ପଞ୍ଜାବ ପୋଲିସ ଓ ଗୁଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନା ପରେ ନେପାଳକୁ ଲାଗିଥିବା ସୀମା ଓ ଉତ୍ତର ପ୍ରଦେଶର ଜିଲାରେ ସର୍ଚ୍ଚ ଅପରେଶନ ଜାରି ରହିଛି । ସେ କହିଛନ୍ତି, ଧାର୍ମିକସ୍ଥଳରେ ପୋଲିସ କଡା ନଜର ରଖିଛି ଓ ଏହାସହ ସରକାରୀ ଯାନର ତଲାସି ବି ନିଆଯାଉଛି ।

Leave A Reply

Your email address will not be published.