Masthead

୧୬ରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୬ରୁ ପୁଣି ବଢ଼ିବ ତାପମାତ୍ରା । ୩୬-୩୭ ଡିଗ୍ରୀ ସେଲସିୟସ୍‌ ପହଞ୍ଚିପାରେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା । ସେପଟେ ଶୁକ୍ରବାର କମିବ ରାତି ତାପମାତ୍ରା । ଦିନ ତାପମାତ୍ରା ବି ଅଳ୍ପ ଖସିବ । ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଗରମ ପ୍ରକୋପ ବି କମିବ । ହେଲେ ପାଣିପାଗ ବିଭାଗ ଅନୁସାରେ, ବର୍ତ୍ତମାନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି ।

ଅନ୍ୟପଟେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଗୁରୁବାର ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରହିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱରର ଦିନ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରି ୩୫.୪ ଡିଗ୍ରୀରେ ପହଞ୍ଚିଥିଲା । ଯାଜପୁର ତାପମାତ୍ରା ୩୫.୨, ବରଗଡ଼ ୩୫.୧, ଖୋର୍ଦ୍ଧା ୩୫, ଜଗତସିଂହପୁର ୩୫, ମାଲକାନଗିରି ୩୫, ଝାରସୁଗୁଡ଼ା ୩୫, ଢେଙ୍କାନାଳ ୩୪.୯ ଡିଗ୍ରୀ ଥିଲା । ହୀରାକୁଦ, ଛତ୍ରପୁର, ଟିଟିଲାଗଡ଼, ବଲାଙ୍ଗିର, ଭବାନୀପାଟଣାରେ ପାରଦ ୩୪ ଡିଗ୍ରୀ ଉପରେ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ